ETV Bharat / bharat

ସାଙ୍ଘାତିକ ସ୍ଥିତିରେ ମହାରାଷ୍ଟ୍ର, ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର ପାର

author img

By

Published : May 5, 2020, 11:16 PM IST

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ 24 ଘଣ୍ଟାରେ ମହାରାଷ୍ଟ୍ରରେ 841ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର 525 ପହଞ୍ଚିଛି । ଅଧିକ ପଢନ୍ତୁ...

ସାଙ୍ଘାତିକ ସ୍ଥିତିରେ ମହାରାଷ୍ଟ୍ର, 15 ହଜାର ପାର ଆକ୍ରାନ୍ତ
ସାଙ୍ଘାତିକ ସ୍ଥିତିରେ ମହାରାଷ୍ଟ୍ର, ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର ପାର

ମୁମ୍ବାଇ: ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ 50 ହଜାର ପାଖାପାଖି ପହଞ୍ଚିଲାଣି । ଏଥି ମଧ୍ୟରୁ କେବଳ ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା 15 ହଜାର ପାର କରିଛି । ସୋମବାର ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଥିବାବେଳେ ପୁଣି ମଙ୍ଗଳବାର ଏଥିରେ ବୃଦ୍ଧି ଘଟିଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ 24 ଘଣ୍ଟାରେ ମହାରାଷ୍ଟ୍ରରେ 841ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର 525 ପହଞ୍ଚିଛି । ସେହିପରି 34ଟି ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 617 ଛୁଇଁଛି ।

ମୁମ୍ବାଇରେ ସର୍ବାଧିକ ଆକ୍ରାନ୍ତ ବାହାରିଥିବା ଜଣାପଡିଛି । 15 ହଜାର ପଜିଟିଭ ମଧ୍ୟରୁ ମୁମ୍ବାଇରେ କେବଳ 9758 କେସ ରହିଛି । ବୁଧବାର ଏହା 10 ହଜାର ଛୁଇଁବା ନିଶ୍ଚିତ । ମଙ୍ଗଳବାର ଏଠାରେ 635ଟି ନୂଆ କେସ ବାହାରିଛି । ଏହାସହ 26 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଫଳରେ କେବଳ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା 387 ଛୁଇଁଛି ।

ସେହିପରି ଏସିଆର ବୃହତ୍ତମ ବସ୍ତି ଧରାଭୀରେ 24 ଘଣ୍ଟାରେ 33 ଜଣ ପଜିଟିଭ ବାହାରିଛନ୍ତି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 665ରେ ପହଞ୍ଚିଛି । ତେବେ 196 ଜଣ ସୁସ୍ଥ ହୋଇଥିବା ବ୍ରିହାଣମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.