ETV Bharat / bharat

ୟୁପି ସରକାରଙ୍କୁ ରୋହିଙ୍ଗ୍ୟା ଚିନ୍ତା, ରାଜ୍ୟରେ 1184 ଆକ୍ରାନ୍ତଙ୍କ ମଧ୍ୟରୁ 1026 ସକ୍ରିୟ

ତ୍ତରପ୍ରଦେଶରେ ତବଲିଘି ଫେରନ୍ତାଙ୍କ ପରେ ରୋହିଙ୍ଗ୍ୟା ଲୋକେ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛନ୍ତି । କିଛି ରୋହିଙ୍ଗ୍ୟା ତବଲିଘିରେ ଯୋଗ ଦେଇଥିବାର ସୂଚନା ପରେ ସରକାର ଏମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 21, 2020, 6:41 AM IST

ୟୁପିରେ 1184 ଆକ୍ରାନ୍ତଙ୍କ ମଧ୍ୟରୁ 1026 ସକ୍ରିୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତିଦିନ ଅନେକ ମାମଲା ସାମନାକୁ ଆସୁଛି । ସୋମବାର ମଧ୍ୟ 84ଟି ପଜିଟିଭ ସ୍ପଷ୍ଟ ହୋଇଛି ।

ଫଳରେ ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1184ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ 1026 ଜଣ ସକ୍ରିୟ ଅଛନ୍ତି । ଚିକିତ୍ସା ପରେ ସୁସ୍ଥ ହୋଇ 140 ଜଣ ଡିସଚାର୍ଜ ହୋଇଛନ୍ତି।

ଏହାସହ ୟୁପିରେ ଏବେ ଯାଏଁ 18 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେବେ ଉତ୍ତରପ୍ରଦେଶରେ ତବଲିଘି ଫେରନ୍ତାଙ୍କ ପରେ ରୋହିଙ୍ଗ୍ୟା ଲୋକେ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛନ୍ତି । କିଛି ରୋହିଙ୍ଗ୍ୟା ତବଲିଘିରେ ଯୋଗ ଦେଇଥିବାର ସୂଚନା ପରେ ସରକାର ଏମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ସେମାନଙ୍କୁ କୋରୋନା ହୋଇଥିବାର ଆଶଙ୍କା ରହିଛି ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.