ଲକ୍ଷ୍ନୌ : ତନ୍ତ୍ରମନ୍ତ୍ର ପାଇଁ ଗଲା 8 ବର୍ଷ ନାବାଳିକାର ଜୀବନ ! ଏଭଳି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ହମିରପୁରରୁ । ଜଣେ 8ବର୍ଷିୟ ନାବାଳିକାଙ୍କୁ ଅପହରଣ କରାଯାଇ ତନ୍ତ୍ର ପାଇଁ ଜଳା ଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲି ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଛାନଭିନ ଜାରି ରଖିଛି ।
ସୂଚନା ଅନୁସାରେ, ମଉଧ ସହରରେ ରାସ୍ତା କଡରେ ରହୁଥିବା ବନଜାରା ପରିବାରର 8 ବର୍ଷର ଝିଅ ଗୁରୁବାର ରାତିରୁ ନିଖୋଜ ହୋଇ ଯାଇଥିଲା । ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ ଝିଅକୁ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ମୌଉଧା କୋଟଓ୍ବାଲି ଅଞ୍ଚଳରେ ଗୋଟିଏ ଘରେ କିଛି ଜଳାଯାଉଥିବାର ଖବର ପୋଲିସକୁ ମିଳିଥିଲା। ଡଗ ସ୍କାର୍ଡ ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ।
ସେଠାରୁ କିଛି ପାଉଁଶ ପାଇବା ସହିତ ଜଣେ ଯୁବକ ସେଠାରେ ଶୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ଏହା ସହିତ ଘଟଣାସ୍ଥଳରୁ ତନ୍ତ୍ରମନ୍ତ୍ରର ବ୍ୟବହୃତ ହେଉଥିବା ସାମଗ୍ରୀକୁ ଜବତ କରିବା ସହିତ ଯୁବକଙ୍କୁ ଗିରଫ କରିଥିଲା । ତେବେ ଜବତ ହୋଇଥିବା ପାଉଁଶକୁ ପୋଲିସ ଫରେନସିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଛି । ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କହିଛନ୍ତି ଏସପି ସ୍ଳୋକ କୁମାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ