ETV Bharat / bharat

ନିର୍ଭୟା ଘଟଣାକୁ ୮ ବର୍ଷ, ହେଲେ ଆଜିବି ଅସୁରକ୍ଷିତ ମହିଳା

author img

By

Published : Dec 16, 2020, 3:07 PM IST

ନିର୍ଭୟା ଘଟଣାକୁ ୮ ବର୍ଷ ବିତିଗଲାଣି । ୮ ବର୍ଷ ଲଢ଼ିବା ପରେ ଶେଷରେ ନିର୍ଭୟାକୁ ନ୍ୟାୟ ମିଳିଲା । କିନ୍ତୁ ଏତେ ସବୁ ହେବା ପରେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ଥମିବାର ନାଁ ଧରୁନି । ଅଧିକ ପଢନ୍ତୁ...

ନିର୍ଭୟା ଘଟଣାକୁ ୮ ବର୍ଷ, ହେଲେ ଆଜିବି ଅସୁରକ୍ଷିତ ମହିଳା
ନିର୍ଭୟା ଘଟଣାକୁ ୮ ବର୍ଷ, ହେଲେ ଆଜିବି ଅସୁରକ୍ଷିତ ମହିଳା

ନୂଆଦିଲ୍ଲୀ: ନିର୍ଭୟା ଘଟଣାକୁ ୮ ବର୍ଷ ବିତିଗଲାଣି । ଆଜି ବି ସେ ଲୋମଟାଙ୍କୁରା ଗଣଦୁର୍ଷ୍କମର କାହାଣୀ ମନେ ପଡ଼ିଲେ ଛାତି ଥରିଯାଏ । ନିର୍ଭୟାକୁ ନ୍ୟାୟ ଦେବା ପାଇଁ ୮ ବର୍ଷ ଲଢ଼ିବାକୁ ପଡ଼ିଲା । ଶେଷରେ ଯାଇ ଦୋଷୀଙ୍କୁ ଦଣ୍ଡ ମିଳିଲା । ନିର୍ଭୟାକୁ ନ୍ୟାୟ ମିଳିଲା । ପ୍ରଥମ ଥର ଆମ ଦେଶରେ ଏକସାଙ୍ଗରେ ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ହେଲା । ଏହି ଘଟଣା ଲୋକଙ୍କ ମନରେ ପୁଣି ବିଶ୍ବାସ ଆଣିଲା ଯେ ସମସ୍ତଙ୍କୁ ନ୍ୟାୟ ମିଳିପାରିବ । ଆଇନ ଉପରେ ବି ଲୋକଙ୍କର ବିଶ୍ବାସ ଆସିଲା । କିନ୍ତୁ ଏତେ ସବୁ ହେବା ପରେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ଥମିବାର ନାଁ ଧରୁନି ।

ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ 1,429 ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଛି । ଗତ ବର୍ଷ ସମାନ ଅବଧିରେ ଦିଲ୍ଲୀରେ 1,884 ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଥିଲା, ଯାହା ବର୍ଷ ଶେଷ ହେବା ବେଳକୁ 2,168 ମାମଲାରେ ପହଞ୍ଚିଥିଲା । 2012ରେ, ମୋଟ 706 ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ଡିସେମ୍ବର 16 ରେ ନିର୍ଭୟାର ନିର୍ଦ୍ଦୟ ଗଣଦୁଷ୍କର୍ମ ଅନ୍ତର୍ଭୁକ୍ତ । ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ମୋଟ 2,226 ମହିଳା ଅପହରଣ ହୋଇଥିଲେ, ଯାହା 2019 ରେ ସମାନ ଅବଧିରେ 2,988 ହୋଇଥିଲା ଏବଂ 2019 ଶେଷ ସୁଦ୍ଧା ଦିଲ୍ଲୀରେ 3,471 ମହିଳା ଅପହରଣ ମାମଲା ରିପୋର୍ଟ ହୋଇଛି । 2012 ରେ ମଧ୍ୟ ମୋଟ 2,048 ମହିଳା ଅପହରଣ ମାମଲା ରୁଜୁ ହୋଇଥିଲା ।

ଦିଲ୍ଲୀ ପୋଲିସ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଆଇପିସିର ଧାରା 498-ଏ / 406 ଅନୁଯାୟୀ 1,931 ମାମଲା ରୁଜୁ କରିଛି । ଗତ ବର୍ଷ ସମାନ ଅବଧିରେ ସମୁଦାୟ 3,052 ମାମଲା ରୁଜୁ ହୋଇଥିଲା, ଯାହା ବର୍ଷ ଶେଷ ହେବା ବେଳକୁ 3,792 ପର୍ଯ୍ୟନ୍ତ ପହଞ୍ଚିଥିଲା । 2012 ମସିହାରେ ଦିଲ୍ଲୀ ପୋଲିସ ସ୍ବାମୀ ଏବଂ ଶାଶୁଙ୍କ ଦ୍ବାରା ନିର୍ଯାତନା ପାଇଁ ମୋଟ 2,046 ମାମଲା ରୁଜୁ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.