ନୂଆଦିଲ୍ଲୀ: ଟ୍ରେନରେ ଦିଲ୍ଲୀରୁ ତେଲେଙ୍ଗାନାର ରାମାଗୁଣ୍ଡମ ଯାଇଥିବା 8 ଜଣ ଯାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଗତ 13 ତାରିଖରେ ଆନ୍ଧ୍ରପ୍ରଦେଶ ସଂପର୍କକ୍ରାନ୍ତି ଏକ୍ସପ୍ରେସରେ ଦିଲ୍ଲୀରୁ ତେଲେଙ୍ଗାନା ଆସିଥିଲେ। ଗତକାଲି ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯିବାପରେ ପଜିଟିଭ ରହିଥିବା ଜଣାପଡିଛି । ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଶନିବାର ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କରିଥିବା 2 ଜଣ ଯାତ୍ରୀଙ୍କୁ କୋରୋନା ସନ୍ଦେହରେ କ୍ବାରାଣ୍ଟାଇନ କରାଯାଇଛି । ସେମାନଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯିବା ପରେ ତୁରନ୍ତ ଟ୍ରେନରୁ ଓହ୍ଲାଇ ଦିଆଯିବା ସହ ସମ୍ପୂର୍ଣ୍ଣ ବଗିକୁ ସଫା କରାଯାଇଛି ।
@ANI