ରାଞ୍ଚି: ଝାଡଖଣ୍ଡର ଗଢଓ୍ବା ଜିଲ୍ଲାରେ ବଜ୍ରପାତ ଯୋଗୁଁ 8 ଜଣଙ୍କର ମୃତ୍ୟ ହୋଇଥିବା ବେଳେ 3 ଆହତ ହୋଇଛନ୍ତି । ଜିଲ୍ଲାର ମଝିଆଁଓରେ ଏହି ଅଘଟଣ ଘଟିଥିବା ଖବର ମିଳିଛି ।
ବଜ୍ରପାତରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସଦର ଏସଡିପିଓ ପ୍ରଦୀପ କୁମାର ସ୍ପଷ୍ଟ କରିଛନ୍ତି । ଏ ଘଟଣାର ଖବର ମିଳିବା ପରେ ପ୍ରଶାସନ ତତ୍ପରତା ଦେଖାଇବା ସହ ଆହତ ଲୋକଙ୍କୁ ହସ୍ପିଟାଲକୁ ପଠାଇଛି। ମଝିଆଁଓର ଲୋକେ ଘର ବାହାରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଆଉ 8 ଜଣ ଲୋକ ଟଳି ପଡିଥିଲେ।