ETV Bharat / bharat

ବୈଷ୍ଣୋ ଦେବୀ ମନ୍ଦିରର 8 ପୁରୋହିତ କୋରୋନା ପଜିଟିଭ

author img

By

Published : Aug 13, 2020, 2:07 PM IST

ମାତା ବୈଷ୍ଣୋ ଦେବୀ ମନ୍ଦିରରେ ପୂର୍ବରୁ ଜଣେ ଯବାନଙ୍କୁ ମିଶାଇ 4 ଜଣ ପଜିଟିଭ ଥିବାବେଳେ, ଏବେ ଆଉ 8 ଜଣ ପୁରୋହିତ କୋରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ମାତା ବୈଷ୍ଣୋ ଦେବୀ ମନ୍ଦିରର 8 ପୁରୋହିତ କୋରୋନା ପଡିଟିଭ ଚିହ୍ନଟ

ଶ୍ରୀନଗର: ଜମ୍ମୁ କାଶ୍ମୀର ପ୍ରଶାସନ ମାତା ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ ମଧ୍ୟ କୋରୋନା ଏଠାରେ ତାର କାୟା ବିସ୍ତାର କରିଛି ।ମାତା ବୈଷ୍ଣୋ ଦେବୀ ଭବନର ଆଉ 8 ଜଣ ପୁରୋହିତ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଏହାକୁ ମିଶାଇ ସମୁଦାୟ 12 ଜଣ କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ହେବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି।

ମଙ୍ଗଳବାର ବୈଷ୍ଣୋ ଦେବୀଙ୍କ ଭବନରେ 3 ଜଣ ଭଜନ ଗାୟକ ଏବଂ ଜଣେ ଯବାନ ସଂକ୍ରମିତ ହୋଇଥିଲେ । ଏହା ପରେ ବୁଧବାର ଦୁଇ ଜଣ କଥା ପୁରୋହିତ ଏବଂ ଅନ୍ୟ 6 ଜଣ ପୁରୋହିତ କୋରୋନା ପଜିଟିଭ ହୋଇଥିବା ଜଣାପଡିଛନ୍ତି । ସମସ୍ତଙ୍କୁ ଅଲଗା ଅଲଗା ୱାର୍ଡ ରେଫର କରାଯାଇଛି।

ତେବେ ଅଗଷ୍ଟ 16 ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ପାଇଁ 5000 ଯାତ୍ରୀଙ୍କୁ ଦୈନିକ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ, ସେଥିମଧ୍ୟରୁ 500 ଯାତ୍ରୀ ରାଜ୍ୟ ବାହାରର ରହିପାରିବେ । ଏହି ଯାତ୍ରୀମାନଙ୍କର ପଞ୍ଜୀକରଣ ଅନଲାଇନ ହେବ ଯାହା ଦ୍ବାରା ଭିଡ ରହିବନି । ରାଜ୍ୟ ବାହାରେ ଆସୁଥିବା ଯାତ୍ରୀଙ୍କ ପାଇଁ କୋରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ଏବଂ ଜମ୍ମୁ କାଶ୍ମୀରର ରେଡ ଜୋନରୁ ଆସୁଥିଲେ ଏହି ପରୀକ୍ଷା ନେଗେଟିଭ ହେଲେ ଅନୁମତି ଦିଆଯିବ।

ହେଲେ ବର୍ତ୍ତମାନ ମନ୍ଦିରର ଏତି ସଂଖ୍ୟକ ପୂଜକ ସଂକ୍ରମିତ ହେବା ପରେ ଏହି ଯାତ୍ରା ଆଗକୁ ହେବ କି ନାହିଁ ସେନେଇ ସଂଶୟ ଉପୁଜିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.