ଚଣ୍ଡିଗଡ: ପଞ୍ଜାବର ମୋହାଲିରେ 6 ଜଣ ବ୍ୟକ୍ତିଙ୍କ ନିକଟରେ କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛି । ଯାହା ଜିଲ୍ଲାରେ ମାମଲା ମୋଟ 36କୁ ବୃଦ୍ଧି ପାଇଛି । ଏହାସହ ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ନେଇ ପ୍ରକିୟା ଜାରି ରହିଥିବା କହିଛନ୍ତି ଡେପୁଟି କମିଶନର ଗିର୍ଶ ଡାୟଲାନ ।
ସେହିପରି ପଞ୍ଜାବର ଲୁଧିଆନାରେ ଆଉ ଦୁଇ ଜଣ କୋଭିଡ-19 ପିଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣଙ୍କର ବୟସ 15 ବର୍ଷ ହୋଇଥିବାବେଳେ ଆଉଜଣେ 24 ବର୍ଷର । ତେବେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସସଂଖ୍ୟା 8 ରହିଥିବା ଲୁଧିଆନା ଡେପୁଟି କମିଶନର ପ୍ରଦୀପ ଅଗ୍ରୱାଲ କହିଛନ୍ତି ।