ଭୋପାଳ: ମହାମାରୀ କୋରୋନାରେ ପ୍ରଭାବିତ ଲୋକେ ଡାକ୍ତରଖାନାରେ ଭର୍ତ୍ତି ହେବା ବେଳେ ଯେତିକି ଦୁଃଖ କରିଥାନ୍ତି, ସେଠୁ ସୁସ୍ଥ ହୋଇ ଫେରିବା ବେଳେ କିନ୍ତୁ ଅଧିକ ଖୁସି ହୋଇଥାନ୍ତି । କୋରୋନା ସଂକ୍ରମିତ ହୋଇଥିବା କଟନିର ଗୋଟିଏ ପରିବାରର 8 ଜଣ ସଦସ୍ୟଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଂକ୍ରମଣ ଭଲ ହେବା ପରେ 8 ଜଣ ସଦସ୍ୟଙ୍କୁ ଡିସଚାର୍ଜ କରାଯାଇଥିଲା । ଯେତେବେଳେ ହିନ୍ଦୁଜା ପରିବାର ଡିସଚାର୍ଜ ହୋଇଥିଲେ, ସେତେବେଳେ ସେମାନେ ଗୀତ ଲଗାଇ ନାଚିଥିଲେ ।
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ସିଭିଲ୍ ସର୍ଜନ ଡ଼ଃ ଯଶବନ୍ତ ଭର୍ମା କହିଛନ୍ତି ଯେ ସମଗ୍ର ପରିବାରକୁ ଏକାଠି ରଖାଯାଇଥିଲା ଯାହା ଦ୍ବାରା ସେମାନେ ପରସ୍ପର ସହ କଥାବାର୍ତ୍ତା ହୋଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ