ଲକ୍ଷ୍ନୌ: ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ମର୍କାଜ ସମାବେଶରେ ଅଂଶଗ୍ରହଣ କରିଥିବା ଆଠ ଜଣ ଇଣ୍ଡୋନେସିଆନଙ୍କୁ ଉତ୍ତରପ୍ରଦେଶର ବ୍ରିଜୋର ଜିଲ୍ଲା ସ୍ଥିତ ନାଗିନା ଅଞ୍ଚଳର ଏକ ମସଜିଦରୁ ପୋଲିସ ଉଠାଇ ନେଇଛି । ସମସ୍ତ ଇଣ୍ଡୋନେସିଆବାସୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା କହିଛନ୍ତି ଏସପି ସଞ୍ଜୟ ସିଂ । ଏହା ବ୍ୟତୀତ ମସଜିଦର ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କୁହାଯାଇଛି ।
ତେବେ ଦିଲ୍ଲୀର ତବଲିଗି ଜମାତରେ ଅଂଶଗ୍ରହଣ କରୁଥିବା ଅନେକ ବିଦେଶୀ ନାଗରିକ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ମସଜିଦରେ ଲୁଚି ରହିଥିଲେ, ଯେଉଁମାନଙ୍କୁ ମଙ୍ଗଳବାର ଧରାଯାଇଛି । ଗୁଇନ୍ଦା ବିଭାଗର ସୂଚନା ପରେ ଅଧିକାରୀମାନେ ମସଜିଦରେ ପହଞ୍ଚି ଏମାନଙ୍କ ଧରିଥିଲେ ।