ETV Bharat / bharat

ଏବେସୁଦ୍ଧା 1001 ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ, 8 ମୃତ - ମହାରାଷ୍ଟ୍ର ପୋଲିସ

ବର୍ତ୍ତମାନ ସୁଦ୍ଧା 1001 ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବାବେଳେ 8 ଜଣଙ୍କର ମୃତ୍ୟୁ ଘଟିଥିବା ଗୁରୁବାର ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛନ୍ତି ।

police personnol corona positive
ଏବେସୁଦ୍ଧା 1001 ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ
author img

By

Published : May 14, 2020, 3:28 PM IST

ମୁମ୍ବାଇ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 78 ହଜାର ପାର କରିଥିବା ବେଳେ ବର୍ତ୍ତମାନ ଏହି ଭାଇରସ କୋରୋନା ଯୋଦ୍ଧାଙ୍କୁ ନିଜ କବଳରେ କରିଛି । ତେବେ ବର୍ତ୍ତମାନ ସୁଦ୍ଧା 1001 ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 8 ଜଣଙ୍କର ମୃତ୍ୟୁ ଘଟିଥିବା ଗୁରୁବାର ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛନ୍ତି ।

ଏଥିସହ ପୋଲିସ କହିଛନ୍ତି ଯେ, ଲକଡାଉନ ମଧ୍ୟରେ ରାଜ୍ୟରେ 218 ଟି ପୋଲିସ ଆକ୍ରମଣ ଘଟଣା ଘଟିଥିବା ବେଳେ ମୋଟ 770 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପ୍ରକାଶ ଥାଉକି, ମହାରାଷ୍ଟ୍ର ସମଗ୍ର ଦେଶରେ ସର୍ବାଧିକ କୋରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ । ଏହି କ୍ରମରେ ବର୍ତ୍ତମାନ ରାଜ୍ୟରେ 25922 ଆକ୍ରାନ୍ତ ଥିବାବେଳେ 5547 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 975 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.