ETV Bharat / bharat

ହିରୋସୀମାର 75ତମ ବାର୍ଷିକୀ–ଦାନା ବାନ୍ଧୁଛି କଳା ବାଦଲ - ସି ଉଦୟ ଭାସ୍କର

ହିରୋସୀମା ଉପରେ ପ୍ରଥମ ପରମାଣୁ ବୋମା ପକାଯିବା ଘଟଣାର 75ତମ ବାର୍ଷିକୀ ସମାରୋହ ଆଜି ଅଗଷ୍ଟ 6 ରେ ପାଳନ କରାଯାଉଛି । ଏହା ସୁଖର କଥା ଯେ 1945 ଅଗଷ୍ଟରେ ହିରୋସୀମା-ନାଗାସାକି ଘଟଣା ପରେ ଆଉ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇନାହିଁ । ଏହି ଭୟାବହ ପରମାଣୁ ବିସ୍ଫୋରଣରେ 1 ଲକ୍ଷ 20 ହଜାରରୁ ଅଧିକ ନିରୀହ ଜାପାନୀ ସୈନ୍ୟ ନିହତ ହୋଇଥିଲେ ଏବଂ ବହୁ ସଂଖ୍ୟାରେ ଲୋକ ଅତ୍ୟନ୍ତ ଭୟଭୀତ ହୋଇ ପଡିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

75th-anniversary-of-hiroshima-dark-clouds-gatther
ହିରୋସୀମାର 75ତମ ବାର୍ଷିକୀ
author img

By

Published : Aug 6, 2020, 9:01 AM IST

Updated : Aug 6, 2020, 2:49 PM IST

ହିରୋସୀମା ଉପରେ ପ୍ରଥମ ପରମାଣୁ ବୋମା ପକାଯିବା ଘଟଣାର 75ତମ ବାର୍ଷିକୀ ସମାରୋହ ଆଜି ଅଗଷ୍ଟ 6 ରେ ପାଳନ କରାଯାଉଛି । ଏହା ସୁଖର କଥା ଯେ 1945 ଅଗଷ୍ଟରେ ହିରୋସୀମା-ନାଗାସାକି ଘଟଣା ପରେ ଆଉ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇନାହିଁ। ଏହି ଭୟାବହ ପରମାଣୁ ବିସ୍ଫୋରଣରେ 1 ଲକ୍ଷ 20 ହଜାରରୁ ଅଧିକ ନିରୀହ ଜାପାନୀ ସୈନ୍ୟ ନିହତ ହୋଇଥିଲେ ଏବଂ ବହୁ ସଂଖ୍ୟାରେ ଲୋକ ଅତ୍ୟନ୍ତ ଭୟଭୀତ ହୋଇ ପଡିଥିଲେ। ଧ୍ବଂସ ପାଇଯାଇଥିଲା ସବୁକିଛି, ସବୁଆଡେ ବିଛାଡି ହୋଇ ଯାଇଥିଲା ବିସ୍ପୋରଣର ଧ୍ବଂସାବଶେଷ। ଆକାଶକୁ ଉଠୁଥିବା ଘନଘଟାର କଳା ବାଦଲ ଭିତରୁ ବାହାରି ଆସୁଥିଲା କବରସ୍ଥାନର ଚିତ୍ର। ଏହି ଦୁଃଖଦ ଚିତ୍ର ବର୍ଣ୍ଣନା ବି ଥିଲା ଅତି ଭୟଙ୍କର।

ହିରୋସୀମାର 75ତମ ବାର୍ଷିକୀ–ଦାନା ବାନ୍ଧୁଛି କଳା ବାଦଲ

1945 ପରଠାରୁ 75 ବର୍ଷର ଯାତ୍ରା ବି ସହଜ ରହିନି। 1962ରେ କ୍ୟୁବା କ୍ଷେପଣାସ୍ତ୍ର ସଂକଟ ବିଶ୍ବର ଚିନ୍ତା ବଢାଇଥିଲା, କିନ୍ତୁ ସେସମୟର ଦୁଇ ବୃହତ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସୋଭିଏତ ୟୁନିଅନର ସାବଧାନତା ଏବଂ ପ୍ରଶଂସନୀୟ ସଂଯମତା ଯୋଗୁଁ ଆଉ ମାରାତ୍ମକ ପରମାଣୁ ବୋମାର ଦ୍ବିତୀୟ ବ୍ୟବହାର ହୋଇନାହିଁ। ଶେଷ ଥର ପାଇଁ ଅଗଷ୍ଟ 9, 1945ରେ ନାଗାସାକି ଉପରେ ପରମାଣୁ ବୋମା ମାଡ଼ ହୋଇଥିଲା।

ଯାହାହେଉ ବିଶ୍ବର ସାମ୍ପ୍ରତିକ ପରମାଣୁ ସ୍ଥିତିକୁ ଦେଖିଲେ, ବିନା ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗରେ ବିଶ୍ବ ଆଗକୁ ହିରୋସିମା ଘଟଣାର 80 ବର୍ଷ ପୂର୍ତ୍ତି ପାଳନ କରିବ ଏବଂ ଆଜିର ଏହି ରେକର୍ଡ ବଜାୟ ରଖିବ ତାହା ଆଶା କରିବା ସେତେଟା ସହଜ ମନେ ହେଉନାହିଁ। ଏବେ ଯାହାସବୁ ଘଟୁଛି ତାହା ଅନେକ ଜଟିଳ ପ୍ରଶ୍ନ ଛିଡ଼ା କରିଛି। ଗତ ସୋମବାର ଅଗଷ୍ଟ 3ରେ ଜାତିସଂଘ ପକ୍ଷରୁ ଏକ ଗୁପ୍ତ ରିପୋର୍ଟ ଜାତିସଂଘ ସୁରକ୍ଷା ପରିଷଦକୁ ଦିଆଯାଇଛି। ପରମାଣୁ ନିରୋଧ ନୀତି ନିୟମକୁ ମାନୁନଥିବା ଉତ୍ତର କୋରିଆ ସମ୍ଭବତଃ ତାର ବାଲିଷ୍ଟିକ କ୍ଷେପଣାସ୍ତ୍ରରେ ଖଞ୍ଜୁଥିବା ଯୁଦ୍ଧାସ୍ତ୍ରରେ ନୂଆ କରି ବାହାର କରିଥିବା ଛୋଟ ଛୋଟ ପରମାଣୁ ଉପକରଣ ଲଗାଉଥିବା ଏହି ରିପୋର୍ଟରେ ଦର୍ଶାଯାଇଇଛି।

ଅବଶ୍ୟ ଏବେ ଭାରତ ଅସ୍ଥାୟୀ ସଦସ୍ୟ ଥିବା ଜାତିସଂଘ ସୁରକ୍ଷା ପରିଷଦ ଏହି ରିପୋର୍ଟର ସତ୍ୟତା ଯାଞ୍ଚ କରିବ ଏଥିରେ ସନ୍ଦେହ ନାହିଁ, କିନ୍ତୁ ଉତ୍ତର କୋରିଆ ନିଜର ସୁରକ୍ଷା ପାଇଁ ନେଉଥିବା ଏପରି ପଦକ୍ଷେପ ସେ ଅଞ୍ଚଳକୁ ଅଶାନ୍ତ କରି ଦେଉଛି ଏବଂ ଆଗକୁ ବିପଦର ବି କାରଣ ହୋଇପାରେ। ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ରାଜନୈତିକ ପ୍ରମୁଖ ରାଷ୍ଟ୍ର ଜାତିସଂଘ ସୁରକ୍ଷା ପରିଷଦର 5 ସଦସ୍ୟ ଏବଂ ସବୁଠାରୁ ସମୃଦ୍ଧ ରାଷ୍ଟ୍ରଗୋଷ୍ଠୀ ଜି-20 ଭୁକ୍ତ ଦେଶ ଗୁଡ଼ିକ ମଧ୍ୟ ସେମାନଙ୍କର ସୁରକ୍ଷା ପାଇଁ ଏବଂ ସମୂହ ଧଂସକାରୀ କ୍ଷମତା ଅକ୍ତିଆର ଉଦ୍ଦେଶ୍ୟରେ ଏବେ ବି ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର କରୁଛନ୍ତି।

ସମୂହ ବିନାଶକାରୀ ଅସ୍ତ୍ରଶସ୍ତ୍ର ଠୁଳ କରିବା ନେଇ ମନରେ ସମସ୍ତଙ୍କର ଅସୁରକ୍ଷିତ ଭାବ ଜାଗ୍ରତ ହୋଇଥିଲା। କିଏ କେତେ ପରମାଣୁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବ ତାକୁ ନେଇ ଚାଲିଥିଲା ଏକପ୍ରକାର ପ୍ରତିଦ୍ବନ୍ଦିତା। ଶୀତଳ ଯୁଦ୍ଧର ଶୀର୍ଷରେ ଥିବା ଦୁଇ ବୃହତ ଶକ୍ତି ସେମାନଙ୍କ ମଧ୍ୟରେ 55 ହଜାରରୁ ଅଧିକ ପରମାଣୁ ଯୁଦ୍ଧାସ୍ତ୍ର ବାଣ୍ଟି ରଖିଥିଲେ। ଏହା ଭିତରେ ରହିଥିଲା ଉଭୟ ଷ୍ଟ୍ରାଟେଜିକ୍ ଏବଂ ‘ସୁଟକେସ’ ପ୍ରକାର ଟ୍ୟାକ୍ଟିକାଲ ପରମାଣୁ ଯୁଦ୍ଧାସ୍ତ୍ର। ଡିସେମ୍ବର 1991ରେ ସୋଭିଏତ ୟୁନିଅନ ଭାଗ ଭାଗ ହୋଇଯିବା ପରେ ଏବଂ ବିଶ୍ବରେ ଶୀତଳ ଯୁଦ୍ଧ ପରବର୍ତ୍ତୀ ଅବସ୍ଥା ସୃଷ୍ଟି ହେବା ପରେ ପରମାଣୁ ଅସ୍ତ୍ରଶସ୍ତ୍ରରେ ବ୍ୟାପକ ହ୍ରାସ ନୀତି ଲାଗୁ କରାଗଲା।

ପ୍ରଥମ ପାଞ୍ଚଟି ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନସ ଏବଂ ଚୀନ ପାଖରେ କେବଳ ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷମତା ସୀମିତ ହୋଇ ରହିଲା। 1974ରେ ଭାରତ ଏକ ପରମାଣୁ ପରୀକ୍ଷା କରିଥିଲା କିନ୍ତୁ ଏହାକୁ ଅସ୍ତ୍ରଶସ୍ତରେ ପ୍ରୟୋଗ କରିବାରେ ସକ୍ଷମ ନଥିଲା ଏବଂ ‘ସସପେଣ୍ଡେଡ’ ଷ୍ଟାଟସ ପାଇଥିଲା। 1970ରେ ଚୂଡାନ୍ତ ହୋଇଥିବା ଏନପିଟି(ଆଣବିକ ନିରସ୍ତ୍ରୀକରଣ ଚୁକ୍ତି) ଦ୍ବାରା ଲୋକଦେଖାଣିଆ ଭାବେ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରତିଯୋଗିତାକୁ ନିୟନ୍ତ୍ରିତ କରାଯାଉଥିଲା। ବିଶ୍ବର ପରମାଣୁ ଶକ୍ତି କେବଳ କିଛି ରାଷ୍ଟ୍ର ମଧ୍ୟରେ ସୀମିତ ରଖିବା ପାଇଁ ଆମେରିକା ଏବଂ ସୋଭିଏତ ୟୁନିଅନ ମଧ୍ୟରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଥିଲା। ସେ ସମୟର ଆକ୍ସିସ ପାୱାର କୁହାଯାଉଥିବା

ଜର୍ମାନୀ, ଜାପାନ ଏବଂ ଇଟାଲୀକୁ ପରମାଣୁ କ୍ଷମତାରୂ ଦୂରେଇ ରଖିବା ଥିଲା ଏନପିଟିର ମୂଳ ଉଦ୍ଦେଶ୍ୟ। ଏହା ପଛର ଯୁକ୍ତି ଥିଲା ପ୍ରମୁଖ ପାଞ୍ଚଟି ରାଷ୍ଟ୍ର ସେମାନଙ୍କର ସୁରକ୍ଷା ପାଇଁ ପରମାଣୁ କାର୍ଯ୍ୟକ୍ରମ ଆବଶ୍ୟକ ଏବଂ ଅନ୍ୟମାନେ ଯେତେବେଳେ ଏହା ଚାହିଁବେ ସେମାନେ ଏହା ଯୋଗାଇ ଦେବେ। ହେଲେ ଅନ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ନିରାପତ୍ତା ପ୍ରତି ବିପଦ ଯାହା ରହୁନା କାହିଁକି ସେମାନେ ଯଦି ପରମାଣୁ କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଅଧିକାରରୁ ନିବୃତ୍ତ ରହିବେ ତେବେ ବିଶ୍ବ ନିରାପଦରେ ରହିବ। ଏହି ବ୍ୟବସ୍ଥା ଦୀର୍ଘସ୍ଥାୟୀ ହୋଇ ପାରିନଥିଲା ଏବଂ ଶୀତଳ ଯୁଦ୍ଧ ପରବର୍ତ୍ତୀ କାଳରେ ଭାରତ, ପାକିସ୍ତାନ ଏବଂ ଉତ୍ତର କୋରିଆ ସେମାନେ ବି ସମୂହ ଧ୍ବଂସକାରୀ ଅସ୍ତ୍ରଶସ୍ତ୍ରର ଅଧିକାରୀ ବୋଲି ପ୍ରମାଣିତ କରିବା ପାଇଁ ପରମାଣୁ ପରୀକ୍ଷା କରିଥିଲେ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ସାମିଲ ହୋଇଥିଲେ।

ଇସ୍ରାଏଲ ଓପାକ୍ୟୁ ମାନ୍ୟତା ହାସଲ କରିଥିଲା ଏବଂ ଇରାକ, ଇରାନ ଏବଂ ଲିବିୟା ଭଳି ରାଷ୍ଟ୍ରକୁ ପରମାଣୁ କାର୍ଯ୍ୟକ୍ରମରୁ ଭିନ୍ନ ଉପାୟରେ ଦୂରେଇ ରଖାଯାଇଥିଲା। ସଂକ୍ଷିପ୍ତରେ କହିବାକୁ ଗଲେ ରାଷ୍ଟ୍ରୀୟ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଏକତରଫା ଭାବେ ଅନେକ ରାଷ୍ଟ୍ର ପରମାଣୁ କ୍ଷମତାର ଅଧିକାରୀ ହେବାକୁ ଲାଗିଲେ ଏବଂ ବିଶ୍ବ ନ୍ୟୁକ୍ଲିୟର କ୍ଲବରେ ଅଧିକରୁ ଅଧିକ ଦେଶ ସାମିଲ ହୋଇଥିଲେ। ପରମାଣୁ କ୍ଷମତାକୁ ଦେଶର ଅଭେଦ୍ୟ ସୁରକ୍ଷା ସହିତ ସମାନ କରି ଦିଆଗଲା।

ନାନା ଅସ୍ଥିରତା ମଧ୍ୟରେ ପରମାଣୁ ଶକ୍ତିର ଅଧିକାରୀ ଭାବେ ଅନ୍ୟକୁ ଡରାଇ ରୋକିବାର ଯେଉଁ ଲକ୍ଷ୍ୟ ଥିଲା ତାହା ଗତ ଦୁଇ ଦଶନ୍ଧି ମଧ୍ୟରେ ତାହା ମଳିନ ପଡିଯାଇଛି। ବିଶେଷକରି 2001ର 9/11 ଏବଂ 2008ର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଅନ୍ତର୍ଜାତୀୟ ସନ୍ତ୍ରାସବାଦର ଚ୍ୟାଲେଞ୍ଜ ସୃଷ୍ଚି ହେବା ପରେ ପରମାଣୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବଦଳିଯାଇଛି। ଆତଙ୍କବାଦରେ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଏକ ଜଟିଳ ସମସ୍ୟା ହୋଇଛି ଏବଂ ଏହାକୁ କିଛି ରାଷ୍ଟ୍ରର ସମର୍ଥନ ଏହାର ବିପଦକୁ ଅଧିକ ବଢାଇ ଦେଇଛି। ଏପରିକି ଉନ୍ନତ ବୈଷୟିକ ଜ୍ଞାନକୌଶଳ ଯୋଗୁଁ କିଛି ସଂଗଠନ ମଧ୍ୟ ପରମାଣୁ ଶକ୍ତିସଂପନ୍ନ ସାମଗ୍ରୀ ଅକ୍ତିଆର କରି ସାମାଜିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି।

ଘନଘଟାର ବାଦଲ ବିନା ବିଶ୍ବ ହିରୋସୀମାର 75ତମ ବାର୍ଷିକୀରେ ପହଞ୍ଚିଛି। ରାଜନୈତିକ ଏବଂ ନିରାପତ୍ତା ସମେତ ଅନେକ କ୍ଷେତ୍ରରେ ରାଷ୍ଚ୍ର-ରାଷ୍ଚ୍ର ମଧ୍ୟରେ ଅମେଳ ରହୁଥିଲେ ସୁଦ୍ଧା ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରୟୋଗକୁ ନିଷିଦ୍ଧ କରିବା ନେଇ ଦୁଇ ବୃହତ ଶକ୍ତି ମଧ୍ୟରେ ବିଶ୍ବାସ ଅତୁଟ ରହିବା କାରଣରୁ 75 ବର୍ଷ ତଳର ସ୍ଥିତି ଉପୁଜିବାକୁ ସୁଯୋଗ ମିଳିନାହିଁ। ହେଲେ 2020ର ଦୁଃଖ ସେହି ଅବସ୍ଥା ବର୍ତ୍ତମାନ ନାହିଁ ଏବଂ ଏବେ ଗୋଟିଏ ପକ୍ଷରେ ଆମେରିକା ଓ ରୁଷିଆ ମଧ୍ୟରେ ଏବଂ ଅନ୍ୟପକ୍ଷରେ ଚୀନ ଓ ଆମେରିକାକୁ ନେଇ ବଢୁଥିବା ଉତ୍ତେଜନା ଏହାର ଜ୍ବଳନ୍ତ ଉଦାହରଣ।

ଦୁଃଖର ବିଷୟ ବର୍ତ୍ତମାନ ଅନେକ ରାଷ୍ଟ୍ର ପରମାଣୁ ଅସ୍ତ୍ରଶସ୍ତ୍ରକୁ ହିଁ ଏକ ବିକଲ୍ପ ଭାବେ ବିଚାର କରୁଛନ୍ତି ଏବଂ ବ୍ୟବହାରଯୋଗ୍ୟ ପରମାଣୁ ହତିଆର ଅକ୍ତିଆର କରିବାରେ ଲାଗି ପଡିଛନ୍ତି। ଏ କ୍ଷେତ୍ରରେ ଅସୁରକ୍ଷିତ ମନେ କରି କେବଳ ଉତ୍ତର କୋରିଆ ନିଜର ସୁରକ୍ଷା ପାଇଁ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁନାହିଁ। ବିଶ୍ବ ଆଗାମୀ ଅଗଷ୍ଟ 6 ଯାଏଁ ଅଗ୍ରସର ହେବା ବେଳକୁ କଳା ବାଦଲ ମନ୍ଥର ଗତିରେ ହୋଇପାରେ, କିନ୍ତୁ ନିଶ୍ଚିତ ଭାବେ ଏକାଠି ହେବେ। ହିରୋସୀମା ଘଟଣାରୁ ବିଶ୍ବ ନେତୃତ୍ବ ଯେତିକି ଶିକ୍ଷା ପାଇବା କଥା ତାହା ପାଇନାହାଁନ୍ତି।

ସି.ଉଦୟ ଭାସ୍କର

ନିର୍ଦ୍ଦେଶକ, ସୋସାଇଟି ଫର ପଲିସି ଷ୍ଟଡିଜ୍

Last Updated : Aug 6, 2020, 2:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.