ETV Bharat / bharat

75 ମିଲିୟନ୍ ଲୋକ ଡାଉନଲୋଡ କରିଛନ୍ତି 'ଆରୋଗ୍ୟ ସେତୁ' ଆପ୍

'ଆରୋଗ୍ୟ ସେତୁ' ଆପ୍‌ ଲଞ୍ଚ୍‌ କରିବା ପରେ ଏହାର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । କୋରୋନା ଭୂତାଣୁ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ଭାରତରେ ଏବେ 75 ମିଲିୟନ ଲୋକେ ମୋବାଇଲ୍ ଫୋନରେ ଡାଉନଲୋଡ୍ କରିଛନ୍ତି । ଅଧିକ ପଢନ୍ତୁ...

ଆରୋଗ୍ୟ ସେତୁ ଆପ୍
ଆରୋଗ୍ୟ ସେତୁ ଆପ୍
author img

By

Published : Apr 24, 2020, 11:36 PM IST

ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାର 'ଆରୋଗ୍ୟ ସେତୁ' ଆପ୍‌ ଲଞ୍ଚ୍‌ କରିବା ପରେ ଏହାର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । କୋରୋନା ଭୂତାଣୁ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ଭାରତରେ ଏବେ 75 ମିଲିୟନ ଲୋକେ ମୋବାଇଲ୍ ଫୋନରେ ଡାଉନଲୋଡ୍ କରିଛନ୍ତି । ବର୍ତ୍ତମାନ କୋଭିଡ୍ -19 ମହାମାରୀର ମୁକାବିଲା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ଭାବରେ ଉଭା ହୋଇଛି ଏହି ଆପ ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଯୋଗାଯୋଗ ଏବଂ ଏଚଆରଡି ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଶୁକ୍ରବାର ଏକ ଭିଡିଓ କନଫରେନ୍ସ ଜରିଆରେ କୋଭିଡ -19 ଲକଡାଉନ ସମୟରେ ବିଭିନ୍ନ ବିଭାଗ ଦ୍ବାରା ନିଆଯାଇଥିବା ପଦକ୍ଷେପ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ 75 ମିଲିୟନ ଲୋକ ମୋବାଇଲ୍ ଫୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିସାରିଛନ୍ତି । କୋଭିଡ -19 ସହିତ ଲଢିବାରେ ସେ ଏହି ଆପକୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଉପକରଣ । ଏହି ବିଶ୍ବବ୍ୟାପୀ ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଅନ୍ୟତମ । ଏହି ଆପକୁ ଲୋକପ୍ରିୟ କରିବା ପାଇଁ ସମସ୍ତ ଉଦ୍ୟମ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.