ଚେନ୍ନାଇ: ବିଶ୍ବରେ କୋରୋନା ଭୂତାଣୁ କାୟା ବିସ୍ତାର କରିଥିବା ବେଳେ ଏବେ ଚିନ୍ତା ବଢାଇଛି ତବଲିଗୀ ଜମାତ ଧର୍ମସଭା । ସେଠାରୁ ଫେରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ରିପୋର୍ଟ ପଜେଟିଭ ଆସୁଥିବା ବେଳେ ତାମିଲନାଡୁରେ ବଢିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ 75 ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରୁ 74ଜଣ ଦିଲ୍ଲୀରେ ହୋଇଥବା ତବଲିଗୀ ଜମାତ୍ ଧର୍ମ ସଭାରେ ସାମିଲ ହୋଇଥିଲେ ।
କୋରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ତାମଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 309 ଛୁଇଁଛି । ତନ୍ମଧ୍ୟରୁ 264 ଜଣ ତବଲିଗୀ ଧର୍ମସଭାରେ ସାମିଲ ହୋଇଥିଲେ । ତାମିଲନାଡୁ ସ୍ବାସ୍ଥ୍ୟ ସଚିବ ବି ରାଜେଶ ଏନେଇ ସୂଚନା ଦେଇଛନ୍ତି ।
@ANI