ETV Bharat / bharat

ସୀମା ବିବାଦ ମଧ୍ୟରେ ଭାରତକୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲା ଚୀନ - 74th independence day celebration

ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସନ୍‌ ୱେଡୋଙ୍ଗ ଚୀନ ତରଫରୁ ଭାରତ ସରକାର ଏବଂ ଭାରତୀୟଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ।

ସୀମା ବିବାଦ ମଧ୍ୟ ଭାରତକୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲା ଚୀନ

author img

By

Published : Aug 15, 2020, 3:24 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତକୁ 74 ତମ ସ୍ବାଧୀନତା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇଛି ଚୀନ । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସନ୍‌ ୱେଡୋଙ୍ଗ ଚୀନ ତରଫରୁ ଭାରତ ସରକାର ଏବଂ ଭାରତୀୟଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି, 'ସ୍ବାଧୀନତା ଦିବସରେ ସରକାର ଏବଂ ଭାରତବାସୀଙ୍କୁ ଅଭିନନ୍ଦନ। ସୀମାରେ ରକ୍ତାକ୍ତ ସଂଘର୍ଷ ଯୋଗୁଁ କିଛି ସମୟ ଧରି ପ୍ରାଚୀନ ସଭ୍ୟତାର ଦୁଇ ମହାନ ରାଷ୍ଟ୍ର ଚୀନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଜାରି ରହିଛି । କିନ୍ତୁ ଦୁଇ ଦେଶ ଶାନ୍ତି ଏବଂ ଆପୋଷ ବୁଝାମଣା ସହ ଆଗକୁ ବଢିବେ ବୋଲି ଆଶା କରୁଛୁ ।'

ଚୀନର ଏହି ଅଭିନନ୍ଦନ ଏପରି ଏକ ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ସୀମାରେ ତିକ୍ତତା ଦେଖାଦେଇଛି । ମେ’ ମାସରୁ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଏପର୍ଯ୍ୟନ୍ତ ଅନେକ ସ୍ତରରେ ଆଲୋଚନା ହୋଇଛି । କିନ୍ତୁ ଏବେସୁଦ୍ଧା ଏହାର ସମାଧାନ ହୋଇପାରିନାହିଁ । ତେବେ ଏହାର ଦିନକ ପୂର୍ବରୁ ଚୀନ ରାଷ୍ଟ୍ରଦୂତ ସନ୍ ୱେଡୋଙ୍ଗ ଏକ ପତ୍ରିକା ଜରିଆରେ ଗଲୱାନ ସଂଘର୍ଷର ନିରପେକ୍ଷ ତଦନ୍ତ ପାଇଁ ଭାରତକୁ ଅନୁରୋଧ କରିଥିଲେ । ଏହା ସହିତ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ଭାରତ ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ସେ କହିଥିଲେ ।

ତେବେ ଚୀନ ବ୍ୟତୀତ ବିଶ୍ବର ଅନ୍ୟାନ୍ୟ ଦେଶ ମଧ୍ୟ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ସହ ବିବାଦ ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ମଧ୍ୟ ଭାରତକୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହୋଇଥିଲେ। ତେବେ ମାନଚିତ୍ରକୁ ନେଇ ବିବାଦ ପରେ ଦୁଇ ନେତାଙ୍କ ମଧ୍ୟରେ ଆଜି ପ୍ରଥମ ବାର୍ତ୍ତାଳାପ ହୋଇଛି ।

ସେପଟେ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସ୍କେରିଙ୍ଗ ମଧ୍ୟ 74 ତମ ସ୍ବାଧୀନତା ଦିବସ ଅବସରରେ ଭାରତର ଲୋକ ତଥା ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.