ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ସକୁରବସ୍ତିରେ ରେଲଓ୍ବେ ଆଇସୋଲେସନରେ କୋଚରେ ଚାଲିଛି କୋରୋନା ରୋଗୀଙ୍କ ଚିକିତ୍ସା । ଏହି ଆଇସୋଲେସନରେ 171 ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ 72 ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ 99 ଜଣଙ୍କ ଚିକିତ୍ସା ଜାରି ରହିଛି । ଏ-ନେଇ ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦିପକ କୁମାର ସୂଚନା ଦେଇଛନ୍ତି ।
ତେବେ ଏଠାରେ ଚିକିତ୍ସିତ ହେଉଥିବା ସମସ୍ତ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ମିଳୁଥିବା ବେଳେ ଖାଦ୍ୟ ଓ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଛି ।ତେବେ, କୋରୋନା ରୋଗୀଙ୍କ ପାଇଁ ରେଳଓ୍ବେ କୋଚରେ ଏଭଳି ବ୍ୟବସ୍ଥା ପ୍ରଥମଥର କରାଯାଇଥିବା ସେ କହିଛନ୍ତି । ରେଳ ବିଭାଗ ପକ୍ଷରୁ ଦିଲ୍ଲୀର 9ଟି ସ୍ଥାନରେ 5o3 କୋଚରେ ଆଇସୋଲେସନର ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ