ETV Bharat / bharat

ଆଇନଶୃଙ୍ଖଳା ପରିସ୍ଥିତି ଚିନ୍ତା, ପଶ୍ଚିମବଙ୍ଗରେ ମୁତୟନ ହେବେ 710 କମ୍ପାନୀ ସୁରକ୍ଷାକର୍ମୀ

ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବାକୁ 710 କମ୍ପାନୀ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବାକୁ ନିଆଯାଇଛି ନିଷ୍ପତ୍ତି ।

author img

By

Published : May 17, 2019, 7:42 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଶେଷ ହୋଇଛି ପ୍ରଚାର । ମତଦାନ ହେବାକୁ ଥିବା ଅନ୍ୟ ରାଜ୍ୟ ଗୁଡିକରେ ପ୍ରଚାର ଆଜି(ଶୁକ୍ରବାର) ଶେଷ ହେବାକୁ ଥିବାବେଳେ ହିଂସାକୁ ଦୃଷ୍ଟିରେ ରଖି ଗତକାଲି(ଗୁରୁବାର) ରାତି 10 ଟାରେ ବେଙ୍ଗଲରେ ସରିଛି ପ୍ରଚାର । ପ୍ରଚାର ସରିଥିବାବେଳେ ନିର୍ବାଚନ କମିଶନଙ୍କୁ ଘାରିଛି ଅବାଧ ଓ ନିରପେକ୍ଷ ନିର୍ବାଚନର ଚିନ୍ତା । ସେଥିଲାଗି 710 କମ୍ପାନୀ ସୁରକ୍ଷାକର୍ମୀଙ୍କୁ ନିର୍ବାଚନ ହେବାକୁ ଥିବା ଲୋକସଭା କ୍ଷେତ୍ରରେ ନିୟୋଜିତ କରିବାକୁ ନିଆଯାଇଛି ନିଷ୍ପତ୍ତି ।

ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଦେଶରେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ପ୍ରଚାର ଶେଷ ହେବାର 20 ଘଣ୍ଟା ପୂର୍ବରୁ ପଶ୍ଚିମବଙ୍ଗରେ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଫଳରେ ଗତକାଲି(ଗୁରୁବାର) ରାତି 10ଟାରେ ପ୍ରଚାର ଶେଷ ହୋଇଛି । ତେବେ ଶାନ୍ତିପୂର୍ଣ୍ଣ ମତଦାନ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ଷ୍ଟ୍ରଙ୍ଗ ରୁମ୍‌ ଜଗିବା ପାଇଁ 34 କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ଓ ଅନ୍ୟସ୍ଥାନ ଗୁଡିକରେ 676 କମ୍ପାନୀ ଫୋର୍ସ ମୁତୟନ ରହିବେ ବୋଲି ଇସି ପକ୍ଷରୁ କୁହାଯାଇଛି ।

ବାରାସାତରେ 55 କମ୍ପାନୀ, ବାରାକପୁରରେ 48 କମ୍ପାନୀ, ବାରୁଇପୁରରେ 102 କମ୍ପାନୀ, ବଶିରହାଟରେ 71 କମ୍ପାନୀ, ବିଧାନଗରରେ 27 କମ୍ପାନୀ, ଡାଇମଣ୍ଡ ହରବୁରରେ 81 କମ୍ପାନୀ, ସୁନ୍ଦରବଣରେ 80 କମ୍ପାନୀ, କୋଲକାତାରେ 147 କମ୍ପାନୀ, ଭାଟପରାରେ 6 କମ୍ପାନୀ, ଦାର୍ଜିଲିଙ୍ଗ୍‌ରେ 16 କମ୍ପାନୀ, ହବିବପୁରରେ 11 କମ୍ପାନୀ, ଇସଲାମପୁରରେ 10 କମ୍ପାନୀ ଓ ମୁର୍ସିଦାବାଦ ନ୍ବାଡା କାଣ୍ଟିରେ 22 କମ୍ପାନୀର ସୁରକ୍ଷାକର୍ମୀ ମୁତୟନ ହେବେ ବୋଲି ଜଣାପଡିଛି ।

ସୂଚନାଥାଉକି, ରବିବାର ହେବାକୁ ଥିବା ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର 9 ଟି ଆସନ ପାଇଁ ମତଦାନ ହେବ । ଯେଉଁଥିରେ 1,49,63,064 ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିରେ 111 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.