ETV Bharat / bharat

ହେଡ କନେଷ୍ଟବଳଙ୍କ ଯୋଗୁଁ କ୍ବାରେଣ୍ଟାଇନରେ 71 ପୋଲିସ କର୍ମୀ - corona update

ଦିଲ୍ଲୀ ପୋଲିସରେ ପୁଣି କୋରୋନା ଭୟ ଦେଖାଦେଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲରେ କାର୍ଯ୍ୟରତ ଜଣେ ହେଡ କନେଷ୍ଟବଳଙ୍କ କୋଭିଡ 19 ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ...

ହେଡ କନେଷ୍ଟବଳଙ୍କ ଯୋଗୁଁ କ୍ବାରେଣ୍ଟାଇନରେ 71 ପୋଲିସ କର୍ମୀ

author img

By

Published : Apr 23, 2020, 12:59 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ସ୍ଥିତି ଗମ୍ଭୀର ହୋଇଛି । ଏବେ ସୁଦ୍ଧା 2000ରୁ ଅଧିକ ଆକ୍ରାନ୍ତ ଥିବାବେଳେ 50ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଏହା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ।

ତେବେ ଦିଲ୍ଲୀ ପୋଲିସରେ ପୁଣି କୋରୋନା ଭୟ ଦେଖାଦେଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲରେ କାର୍ଯ୍ୟରତ ଜଣେ ହେଡ କନେଷ୍ଟବଳଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଆଇସୋଲେସନରେ ରଖାଯିବା ସହ ଚାକିରୀରୁ ସାମୟିକ ଅବ୍ୟାହତି ଦିଆଯାଇଛି ।

ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା 71 ଜଣ ପୋଲିସ କର୍ମୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମାନଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠା ଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.