ETV Bharat / bharat

ଆଜି 70 ତମ ସମ୍ବିଧାନ ଦିବସ; ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ - ସମ୍ବିଧାନ ଦିବସ

ମଙ୍ଗଳବାର ଭାରତର ସମ୍ବିଧାନକୁ ୭୦ବର୍ଷ ପୂରିଛି । ଏହି ପରିପ୍ରେକ୍ଷୀରେ ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ସୂଚୀ ରହିଛି । ଅଧିକ ଖବର ପଢନ୍ତୁ...

ଆଜି 70 ତମ ସମ୍ବିଧାନ ଦିବସ; ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

author img

By

Published : Nov 26, 2019, 4:53 AM IST

ନୂଆଦିଲ୍ଲୀ: ମଙ୍ଗଳବାର ଭାରତର ସମ୍ବିଧାନକୁ ୭୦ବର୍ଷ ପୂରିଛି । ଏହି ପରିପ୍ରେକ୍ଷୀରେ ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ସୂଚୀ ରହିଛି । ଏହି ଦିବସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରମୁଖ ମିଳିମିଶି ପାଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ସଂସଦର ସେଣ୍ଟ୍ରାଲ ହଲରୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାବାଦ ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ରପତି ଦେଶର ସାମ୍ବିଧାନିକ ପୃଷ୍ଠାର ସେହି ସ୍ବର୍ଣ୍ଣିମ ଅଧ୍ୟାୟକୁ ଏକ ଡିଜିଟାଲ ପ୍ରଦର୍ଶନୀ ମାଧ୍ୟମରେ ଶୁଭାରମ୍ଭ କରିବେ । ତେବେ ଏହି ଦିବସ ଯୋଗୁଁ ମଙ୍ଗଳବାର ଉଭୟ ଗୃହର କାର୍ଯ୍ୟକାଳ ସମୟ ପୂର୍ବାହ୍ନ 11ରୁ ମଧ୍ୟାହ୍ନ 2ଟା ଯାଏଁ ଚାଲିବା ନେଇ କୁହାଯାଇଛି ।

ସୂଚନାଯୋଗ୍ୟ,1947 ଅଗଷ୍ଟ 15 ତାରିଖରେ ଇଂରେଜ ଶାସନ କବଳରୁ ଭାରତ ରାଜନୈତିକ ସ୍ବାଧୀନତା ପାଇଥିଲା ମାତ୍ର ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା ।

ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି 1947 ନଭେମ୍ବର 4 ତାରିଖ ଦିନ ସମ୍ବିଧାନ ଚିଠା ପ୍ରସ୍ତୁତ କରି ସମ୍ବିଧାନ ସଭାକୁ ପ୍ରଦାନ କରିଥିଲେ । ପରେ ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଚିଠା ଗୃହିତ ହୋଇଥିଲା । ଆଉ ସେବେଠାରୁ ନଭେମ୍ବର 26କୁ ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.