ETV Bharat / bharat

ପ୍ରତିରକ୍ଷା କ୍ଷେତ୍ରରେ ଭାରତର 700% ଅଭିବୃଦ୍ଧି

ପ୍ରତିରକ୍ଷା କ୍ଷେତ୍ରରେ ଭାରତର 700 ପ୍ରତିଶତ ଅଭିବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ । 2019ରେ ପ୍ରତିରକ୍ଷା ରପ୍ତାନୀ ତାଲିକାରେ ଭାରତ 19 ତମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର 700% ଅଭିବୃଦ୍ଧି
ପ୍ରତିରକ୍ଷା କ୍ଷେତ୍ରରେ ଭାରତର 700% ଅଭିବୃଦ୍ଧି
author img

By

Published : Sep 9, 2020, 7:07 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଧିରେ ଧିରେ ଆତ୍ମନିର୍ଭର ହେଉଛି ଭାରତ । ଦେଶର ପ୍ରତିରକ୍ଷା ବିଭାଗ ସୁରକ୍ଷାବଳଙ୍କ ଆବଶ୍ୟକତା ପୂରଣ ପାଇଁ କେବଳ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁନାହିଁ ବରଂ ଧିରେ ଧିରେ ଗୋଟିଏ ପ୍ରତିରକ୍ଷା ରପ୍ତାନି ଉଦ୍ୟୋଗରେ ମଧ୍ୟ ପରିଣତ ହେଉଛି ବୋଲି କହିଛନ୍ତି ସିଡିଏସ ବିପିନ ରାୱତ ।

ଚିଫ୍‌ ଡିଫେନ୍ସ ଷ୍ଟାଫ ମୁଖ୍ୟଙ୍କ ସୂଚନା ଅନୁଯାୟୀ 2016-17ରେ ଭାରତ 1521 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ରପ୍ତାନୀ କରିଥିଲା । ତେବେ 2018ରେ ଏହି ରପ୍ତାନୀରେ ବୃଦ୍ଧି ଘଟି ଏହା 10,745ରେ ପହଞ୍ଚିଛି । ସେହିପରି 2019ରେ ପ୍ରତିରକ୍ଷା ରପ୍ତାନୀ ତାଲିକାରେ ଭାରତ 19 ତମ ସ୍ଥାନରେ ରହିଛି । ତେବେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର 700 ପ୍ରତିଶତ ଅଭିବୃଦ୍ଧି ଘଟିଥିବା କହିଛନ୍ତି ରାୱତ ।

ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଗତ କିଛି ବର୍ଷରୁ ଭାରତ ପ୍ରତିରକ୍ଷା କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ଏହାସହ କିଛି ଯୋଜନାର ମଧ୍ୟ ଆରମ୍ଭ ହୋଇଛି । ଆମେ ଆମର ସ୍ବଦେଶୀକରଣ ଲକ୍ଷ ପ୍ରତି ପ୍ରତିବଦ୍ଧ ବୋଲି ସିଡିଏସ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.