ETV Bharat / bharat

ଦେଶରେ କୋରୋନା ମୃତକଙ୍କ ମଧ୍ୟରେ 70% ପୁରୁଷ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : Dec 30, 2020, 10:30 AM IST

ଗତ ଜାନୁୟାରୀ ଠାରୁ ଏଯାବତ କୋରୋନା ମହାମାରୀରେ ସମଗ୍ର ଦେଶରେ ମୃତ୍ୟୁବରଣ କରିଥିବା ପ୍ରାୟ ୧.୪୭ ଲକ୍ଷ ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ପୁରୁଷ । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଭାରତରେ କୋରୋନା ମୃତକଙ୍କ ମଧ୍ୟରେ 70% ପୁରୁଷ: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ:ଭାରତରେ ମହିଳାଙ୍କ ତୁଳନାରେ କୋଭିଡ ମହାମାରୀ ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ଗତ ଜାନୁୟାରୀ ଠାରୁ ଏଯାବତ ଏହି ମହାମାରୀରେ ସମଗ୍ର ଦେଶରେ ମୃତ୍ୟୁବରଣ କରିଥିବା ପ୍ରାୟ ୧.୪୭ ଲକ୍ଷ ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ପୁରୁଷ । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ ହୋଇଥିବା ମୋଟ ମୃତ୍ୟୁର ୭୦ ପ୍ରତିଶତ ହେଉଛନ୍ତି ପୁରୁଷ । ଆଉ ଏମାନଙ୍କ ମଧ୍ୟରେ ୬୦ ବର୍ଷରୁ କମ୍‌ ବୟସର ଅଛନ୍ତି 45 ପ୍ରତିଶତ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ସେ କହିଛନ୍ତି ଯେ, ମୋଟ ୬୦ ପ୍ରତିଶତ ପୁରୁଷଙ୍କ ମଧ୍ୟରୁ ୫୨ ପ୍ରତିଶତ ମାମଲା ୧୮-୪୪ ବୟସ ବର୍ଗ ମଧ୍ୟରେ ଥିଲା । କିନ୍ତୁ ଏହି ବର୍ଗରେ କେବଳ ୧୧ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁସାରେ, ବିଶ୍ବର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଦୈନିକ କୋରୋନା ମୃତକଙ୍କ ସଂଖ୍ୟା ଯଥେଷ୍ଟ କମ ଥିଲା । ସମଗ୍ର ବିଶ୍ବରେ ୮.୧ କୋଟିରୁ ଅଧିକ କୋଭିଡ ସଂକ୍ରମଣ ମାମଲା ରହିଥିବା ବେଳେ, ସେଥିମଧ୍ୟରୁ ୧.୦୨ କୋଟି ଭାରତରେ ଅଛି ।

କୋରୋନା ଦ୍ବାରା ସମଗ୍ର ବିଶ୍ବରେ ଆମେରିକା ପରେ ଭାରତ ହେଉଛି ଦ୍ବିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର । NITI ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯେ, ଏହି ଶୀତଦିନେ ହିଁ ଅଧିକାଂଶ ଲୋକେ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାରୁ ରାତିର କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲାଗୁ କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.