ETV Bharat / bharat

ଆରଜିଆଇ ବିମାନବନ୍ଦରରୁ 2 କେଜିର ସୁନା ଜବତ, 2 ଗିରଫ - 70 lakh gold seized at IGI Airport

ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜ୍ୟାତୀୟ ବିମାନ ବନ୍ଦରରୁ 2 ସୁନା ତସ୍କର ଗିରଫ । 69 ଲକ୍ଷ 40 ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଜବତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 7, 2019, 12:20 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲଗାତାର ବିମାନ ବନ୍ଦରରୁ ସୁନା ଜବତ ହେବା ଘଟଣା ଚାଲୁରହିଛି । ଏନେଇ ପୁଣିଥରେ ଆଇଜିଆଇ ଏୟାରପୋର୍ଟ ଟର୍ମିନାଲ-3ରେ କଷ୍ଟମ ବିଭାଗ ସୁନା ତସ୍କରି କରୁଥିବା 2 ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 2 କିଲୋ ସୁନା ଜବତ କରିଛି ।

କଷ୍ଟମ ବିଭାଗ ବିଭାଗର ଆଡିସନାଲ କମିଶନର ଡା. ଅମନଦିପ ସିଂହ କହିଛନ୍ତି, ଜଣେ ଭାରତୀୟ ଯାତ୍ରୀ ତାର ପାଓ୍ବାରବ୍ୟାଙ୍କରେ ସୁନା ଲୁଚାଇ ବ୍ୟାଙ୍କକରୁ ଦିଲ୍ଲୀ ଆଣୁଥିଲା । ଏହାପରେ ସେ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ତାର ଜଣେ ସାଙ୍ଗକୁ ଇଣ୍ଟରନ୍ୟାସନାଲ ହଲର ବାଥରୁମ ପାଖରେ ଉକ୍ତ ପାଓ୍ବାର ବ୍ୟାଙ୍କକୁ ଦେଇଥିଲା, ଯାହାକି ଯାଞ୍ଚ ସମୟରେ କଷ୍ଟମ ବିଭାଗ ଧରିଛି ।

କଷ୍ଟମ ବିଭାଗର କହିବାନୂସାରେ, ଜବତ ହୋଇଥିବାର ଓଜନ 2 ହଜାର ଗ୍ରାମ । ଯାହାର ମୂଲ୍ୟ 69 ଲକ୍ଷ 40 ହଜାର ଟଙ୍କାରୁ ଅଧିକ ହେବ । ପଚରାଉଚରା ସମୟରେ ଅଭିଯୁକ୍ତ 2 ଜଣ କହିଛନ୍ତି ଯେ, ସେ ଏହା ପୂର୍ବରୁ ମଧ୍ୟ 2 ଥର ଏଭଳି କାମ କରିସାରିଛି । ପ୍ରଥମେ ସେ 45 ଲକ୍ଷରୁ ଅଧିକ ମୂଲ୍ୟର ସୁନା ଓ 1 ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ସାମଗ୍ରୀ ସହ କପଡା ସ୍ମଗଲିଙ୍ଗ କରିସାରିଛି ।

Intro:Body:

yy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.