ETV Bharat / bharat

ହିମାଚଳପ୍ରଦେଶରେ ବିଲଡିଂ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖା 13କୁ ବୃଦ୍ଧି - himachal-pradesh

ହିମାଚଳପ୍ରଦେଶ ସୋଲନ ଜିଲ୍ଲା କୁମାରହଟ୍ଟିର କୋଠା ଭୁଶୁଡ଼ି 13 ଜଣଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 15, 2019, 8:57 AM IST

Updated : Jul 15, 2019, 1:03 PM IST

ଶିମଲା: ହିମାଚଳପ୍ରଦେଶ ସୋଲନ ଜିଲ୍ଲା କୁମାରହଟ୍ଟିରେ ବିଲଡିଂ ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 13 କୁ ଛୁଇଁଛି । ଘଟଣାରେ 12 ଜଣ ଯବାନଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ସେପଟେ ହୋଟେଲରେ ଅନ୍ୟ ଜଣେ ଯବାନ ଫସି ରହିଥିବା ଜଣାପଡିଛି । ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଦ୍ବାରା ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି ବିଲଡିଂରେ ଏକ ଢାବା ଚାଲିଥିବା ଜଣାପଡିଛି ।

ଦୁର୍ଘଟଣା ସମୟରେ ଏହି ଢାବାରେ 35 ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ 30 ଜଣ ଯବାନ ଏବଂ ସେମାନଙ୍କ ପରିବାର ମଧ୍ୟ ଥିବା ଜଣାପଡିଛି । ତେବେ ସେନାର ଯବାନ ‌ମଧ୍ୟାହ୍ନ ଭୋଜନ ପାଇଁ ଏଠାରେ ଅଟକି ଥିଲେ । ଏହି ସମୟରେ ହଠାତ୍‌ ଢାବାଟି ଭୁଶୁଡ଼ି ପଡ଼ିଥିଲା । ଯବାନଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ସେଠାରେ ଉପସ୍ଥିତ ଅନ୍ୟମାନେ ଧ୍ବଂସ୍ତସ୍ତୂପ ତଳେ ଦବି ଯାଇଥିଲେ ।

ତେବେ ଆଜି ଅପରାହ୍ନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସମାପ୍ତ ହେବ ବୋଲି ସୋଲନ ଜିଲ୍ଲା କମିଶନର କେସି ଚମନ ଆଶ୍ବାସନା ଦେଇଛନ୍ତି । ସେପଟେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

Intro:Body:

BLANK FOR LINK STORY 

Conclusion:
Last Updated : Jul 15, 2019, 1:03 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.