ETV Bharat / bharat

ଅସହ୍ୟ ହେଲା ଋଣ ବୋଝ, ପରିବାରର 7ଜଣଙ୍କ ଆତ୍ମହତ୍ୟା - consuming pestiside

ଋଣ ବୋଝ ସହି ନପାରି ପରିବାରର 7 ଜଣଙ୍କ ଆତ୍ମହତ୍ୟା । 4 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 13, 2019, 10:01 PM IST

ଚେନ୍ନାଇ: ସହିପାରିଲେନି ଋଣ ବୋଝ । ଶେଷରେ ସ୍ଥିର କଲେ ସାରା ପରିବାର ବିଷ ପିଇ ନିଜ ଜୀବନ ହାରିଦେବେ । ଆଉ ତାହା ମଧ୍ୟ କଲେ । କିନ୍ତୁ ଏଥିରେ ବଳିପଡିଗଲେ 4 ଜଣ ଆଉ 3 ଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର । ତାମିଲନାଡୁର ଅନ୍ନାନୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଅନ୍ନାନୁରର ଠିକାଦାର ଗୋବିନ୍ଦସ୍ବାମୀଙ୍କ ଉପରେ ପ୍ରାୟ 80 ଲକ୍ଷ ଟଙ୍କା ଋଣ ବୋଝ ଥିଲା । ଏତେ ଟଙ୍କା ସୁଝିବା ତାଙ୍କ ପାଇଁ ଯେପରି ଅସମ୍ଭବ ହୋଇପଡିଥିଲା। ତେଣୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ବିବାହିତ ଝିଅ ସମେତ କୁନି କୁନି ପିଲାଙ୍କ ସହ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ ।

ଏପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏତେ ବଡ ଆତ୍ମହତ୍ୟା ପଛରେ କେବଳ ଋଣ ଟଙ୍କା ନା ଆଉ କଣ ରହିଛି ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନସୁଦ୍ଧା କୌଣସି ସୁଇସାଇଡାଲ ନୋଟ ମିଳିନାହିଁ।

ମୃତକମାନେ ହେଲେ ୬୫ ବର୍ଷିୟ ଠିକାଦାର ଗୋବିନ୍ଦସ୍ବାମୀ, ସ୍ତ୍ରୀ ସୁବାମଲ ପୁଅ ନାଗରାଜ ଏବଂ ରବି । ଗୋବିନ୍ଦଙ୍କ ଝିଅ କଲ୍ୟାଣୀ , ନାତୁଣୀ ସର୍ବେଶ୍ବରୀ ଏବଂ ଯୋଗପ୍ରିୟାଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

Intro:Body:

aaa

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.