ହାଇଦ୍ରାବାଦ: ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାବେ ପରିଚିତ ଭାରତ ରତ୍ନ ଡ଼ ଅବୁଲ ପାକିର ଜୈନୁଲାବ୍ଦୀନ ଅବଦୁଲ କଲାମଙ୍କର ସୋମବାର 5ମ ଶ୍ରାଦ୍ଧବାର୍ଷିକୀ । ଜୁଲାଇ 27, 2015ରେ ହୋଇଥିଲା କଲାମଙ୍କ ଦେହାନ୍ତ । 15 ଅକ୍ଟୋବର 1931 ମସିହାରେ ତାମିଲନାଡ଼ୁ ରାମେଶ୍ବରମ ଠାରେ ଜନ୍ମ ଗ୍ରହଣ କରିଥିଲେ କଲାମ । ଭାରତର 11ତମ ରାଷ୍ଟ୍ରପତି ପଦରେ ସେ 2002ରୁ 2007 ମଧ୍ୟରେ ରହିଥିଲେ । ଦେଶ ତଥା ଦେଶ ବାହାରେ ଲକ୍ଷ ଲକ୍ଷ ଲୋକଙ୍କୁ କଲାମ ପ୍ରେରଣା ଦେଇଥିଲେ କଲାମ । 1998 ପୋଖରାନ-2 ଆଣିବିକ ପରୀକ୍ଷଣରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା । ଏହାସହ ଭାରତର ମହାକାଶ ଗବେଷଣା ଓ ମିଶାଇଲ ପରୀକ୍ଷଣରେ ମଧ୍ୟ ତାଙ୍କର ଥିଲା ବିଶେଷ ଭୂମିକା ।
ମିସାଇଲ ପ୍ରକଳ୍ପ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ‘ମିଶାଇଲ ମ୍ୟାନ’ର ଆଖ୍ୟା ଦିଆଯାଇଥିଲା । ଶିଶୁଙ୍କର ଖୁବ ପ୍ରିୟ ଥିଲେ କଲାମ । ସେ ପ୍ରାୟ ସମୟରେ ଦେଶର ଶିଶୁ ଓ ଯୁବ ପିଢ଼ିଙ୍କ ସହ କଥାବାର୍ତ୍ତା କରୁଥିଲେ ଓ ସେମାନଙ୍କୁ କିଛି ବଡ଼ ଚିନ୍ତା କରିବା ପାଇଁ ଅନୁପ୍ରାଣୀତ କରୁଥିଲେ ।
ଜୀବନରେ ସବୁବେଳେ କିଛି ବଡ ଭାବିବାକୁ ସେ ପ୍ରେରଣା ଦେଇଥିଲେ । ସେ ଇଣ୍ଡିଆ 2020, ଭିଜନ୍ ଫର ଏ ନିଉ ମିଲେନିୟମ, ମିଶନ୍ ଅଫ୍ ଇଣ୍ଡିଆ: ଏ ଭିଜନ୍ ଅଫ୍ ଇଣ୍ଡିଆନ୍ ୟୁଥ୍ ପରି ପ୍ରାୟ 25ଟି ପୁସ୍ତକ ଲେଖିଛନ୍ତି।
![7 Little known facts about APJ Abdul Kalam, 5th death anniversary of kalam, missile man, କଲାମଙ୍କ 5ମ ଶ୍ରାଦ୍ଧବାର୍ଷିକୀ, ମିସାଇଲ ମ୍ୟାନ, ଭାରତ ରତ୍ନ ଡ଼ ଏବୁଲ ପାକିର ଜୈନୁଲାବଦୀନ ଅବଦୁଲ କଲାମ, ଅଜଣା କଥା](https://etvbharatimages.akamaized.net/etvbharat/prod-images/13-lesser-known-interesting-facts-about-dr-apj-abdul-kalam_2707newsroom_1595822977_755.jpg)
ଜୁଲାଇ 27, 2015 ରେ ଶିଲଂରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରେ ଏକ ଲେକଚର ଦେଉଥିବା ବେଳେ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଏହି ମହାନ ବ୍ୟକ୍ତିତ୍ବଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।
![7 Little known facts about APJ Abdul Kalam, 5th death anniversary of kalam, missile man, କଲାମଙ୍କ 5ମ ଶ୍ରାଦ୍ଧବାର୍ଷିକୀ, ମିସାଇଲ ମ୍ୟାନ, ଭାରତ ରତ୍ନ ଡ଼ ଏବୁଲ ପାକିର ଜୈନୁଲାବଦୀନ ଅବଦୁଲ କଲାମ, ଅଜଣା କଥା](https://etvbharatimages.akamaized.net/etvbharat/prod-images/46c65768a53e1528f2851b2a3b00c90d_2707newsroom_1595822977_1086.jpg)
1- ସେ ଭାରତର 11ତମ ରାଷ୍ଟ୍ରପତି ଭାବେ 2002ରୁ 2007 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ଯିଏ ଅବିବାହିତ ଓ ଶାକାହାରୀ ଥିଲେ ।
2- ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତ ତଥା ଭାରତ ବାହାରର 48ଟି ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ଡକ୍ଟରେଟ ଡିଗ୍ରୀ ପାଇଛନ୍ତି ।
3- ସେ ଅଗ୍ନି ଏବଂ ପୃଥିବୀ କ୍ଷେପଣାସ୍ତ୍ରର ବିକାଶ ଏବଂ କାର୍ଯ୍ୟକାରିତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିପାଇଁ ତାଙ୍କୁ ‘ମିସାଇଲ ମ୍ୟାନ’ କୁହାଯାଏ ।
![7 Little known facts about APJ Abdul Kalam, 5th death anniversary of kalam, missile man, କଲାମଙ୍କ 5ମ ଶ୍ରାଦ୍ଧବାର୍ଷିକୀ, ମିସାଇଲ ମ୍ୟାନ, ଭାରତ ରତ୍ନ ଡ଼ ଏବୁଲ ପାକିର ଜୈନୁଲାବଦୀନ ଅବଦୁଲ କଲାମ, ଅଜଣା କଥା](https://etvbharatimages.akamaized.net/etvbharat/prod-images/abdul-kalam_2707newsroom_1595822977_776.webp)
4- କଲାମଙ୍କୁ 1981ରେ ପଦ୍ମଭୂଷଣ, 1990ରେ ପଦ୍ମ ବିଭୂଷଣ ଓ 1997ରେ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।
5- କ୍ରମାଗତ 7 ବର୍ଷ (1992-1999) ପାଇଁ ସେ ପ୍ରଧାନମନ୍ତ୍ରୀ ତଥା ଡିଆରଡିଓ ସେକ୍ରେଟାରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶ ଦାତା ରହିଥିଲେ ।
![7 Little known facts about APJ Abdul Kalam, 5th death anniversary of kalam, missile man, କଲାମଙ୍କ 5ମ ଶ୍ରାଦ୍ଧବାର୍ଷିକୀ, ମିସାଇଲ ମ୍ୟାନ, ଭାରତ ରତ୍ନ ଡ଼ ଏବୁଲ ପାକିର ଜୈନୁଲାବଦୀନ ଅବଦୁଲ କଲାମ, ଅଜଣା କଥା](https://etvbharatimages.akamaized.net/etvbharat/prod-images/abdulkalam_21212_2707newsroom_1595822977_1090.jpg)
6- ତାଙ୍କର ଆତ୍ମଜୀବନୀ ୱିଙ୍ଗ୍ସ ଅଫ୍ ଫାୟାର: ଯାହା ପ୍ରଥମେ ଇଂରାଜୀରେ ପ୍ରକାଶିତ ହୋଇଥିଲା । ପରେ ଏହା ଫ୍ରେଞ୍ଚ ଏବଂ ଚାଇନିଜ ସହିତ 13ଟି ଭାଷାରେ ଅନୁବାଦ କରାଯାଇଥିଲା । ତାଙ୍କ ଜୀବନ ଏବଂ କାର୍ଯ୍ୟ ଉପରେ 6ଟି ଅତିରିକ୍ତ ବହି ରହିଛି ।
![7 Little known facts about APJ Abdul Kalam, 5th death anniversary of kalam, missile man, କଲାମଙ୍କ 5ମ ଶ୍ରାଦ୍ଧବାର୍ଷିକୀ, ମିସାଇଲ ମ୍ୟାନ, ଭାରତ ରତ୍ନ ଡ଼ ଏବୁଲ ପାକିର ଜୈନୁଲାବଦୀନ ଅବଦୁଲ କଲାମ, ଅଜଣା କଥା](https://etvbharatimages.akamaized.net/etvbharat/prod-images/apj-abdul-kalam-death-anniversary-main-pic_2707newsroom_1595822977_221.jpg)
7- ତାଙ୍କ ପରିବାରକୁ ଆର୍ଥିକ ସହାୟତା କରିବା ସହ ପିତାଙ୍କ ଆୟକୁ ବଢାଇବା ପାଇଁ ସ୍କୁଲ ସମୟ ପରେ ଖବରକାଗଜ ବାଣ୍ଟୁଥିଲେ।
8- କଲାମ ବୀଣା ବଜାଇବାକୁ ଖୁବ ଭଲ ପାଉଥିଲେ, ଅନେକ ସମୟରେ ତାଙ୍କ ଘରେ ସେ ଏହାକୁ ବଜାଉଥିଲେ ।
![7 Little known facts about APJ Abdul Kalam, 5th death anniversary of kalam, missile man, କଲାମଙ୍କ 5ମ ଶ୍ରାଦ୍ଧବାର୍ଷିକୀ, ମିସାଇଲ ମ୍ୟାନ, ଭାରତ ରତ୍ନ ଡ଼ ଏବୁଲ ପାକିର ଜୈନୁଲାବଦୀନ ଅବଦୁଲ କଲାମ, ଅଜଣା କଥା](https://etvbharatimages.akamaized.net/etvbharat/prod-images/freepressjournal-2019-10-bbb7a006-7230-4d66-be9d-fe4d22db93d4-kalam_32_2707newsroom_1595822977_744.webp)
ସେ ଥିଲେ ‘ଲୋକଙ୍କ ରାଷ୍ଟ୍ରପତି’ । ସାରା ଜୀବନକୁ ସେ ଉତ୍ସର୍ଗ କରି ଦେଇଥିଲେ ଦେଶ ସେବାରେ । ସେହି ମହାନ ବୈଜ୍ଞାନିକ, ମହାନ ପ୍ରତିଭା, ଭାରତର ଅମୁଲ୍ୟ ରତ୍ନଙ୍କୁ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।