ETV Bharat / bharat

ଦିଲ୍ଲୀ ପୋଲିସର 7 ବିଏସଏଫ ଯବାନ କୋଭିଡ-19 ପଜିଟିଭ - କୋରୋନା ଅପଡେଟ

ଆରକେ ପୂରମରେ ଥିବା ବିଏସଏଫ ହସ୍ପିଟାଲରେ 5 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନେ ସମସ୍ତେ ଦିଲ୍ଲୀ ପୋଲିସ ସହିତ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ...

ଦିଲ୍ଲୀ ପୋଲିସର 7 ବିଏସଏଫ ଯବାନ କୋଭିଡ 19 ପଜିଟିଭ

author img

By

Published : May 2, 2020, 10:53 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଉପରୁ କୋରୋନାର କଳା ବାଦଲ ହଟିବାର ନାଁ ନେଉନି । ପୂର୍ବରୁ ଅନେକ ପୋଲିସ କର୍ମୀ କୋରୋନାର ଶିକାର ହୋଇଥିବାବେଳେ ଶନିବାର ବିଏସଏଫ ଯବାନ ଏହା କବଳରେ ପଡିଛନ୍ତି । 7 ଜଣ ଯବାନ କୋଭିଡ 19ର ଶିକାର ହୋଇଛନ୍ତି ।

ବିଏସଏଫ ସୂଚନାନୁସାରେ ଆରକେ ପୂରମରେ ଥିବା ବିଏସଏଫ ହସ୍ପିଟାଲରେ 5 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନେ ସମସ୍ତେ ଦିଲ୍ଲୀ ପୋଲିସ ସହିତ କାର୍ଯ୍ୟ କରୁଥିଲେ । ସେହିପରି ବାକି 2 ଜଣ ଯବାନ କ୍ୟାନସର ରୋଗୀ ଥିବାବେଳେ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି ।

ସମସ୍ତଙ୍କୁ ନୋଏଡାର କମ୍ୟୁନିଟି ହେଲଥ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି । ଏପର୍ଯ୍ୟନ୍ତ ମୋଟ 17 ଜଣ ବିଏସଏଫ ଯବାନ କୋଭିଡ 19ର ଶିକାର ହୋଇସାରିଛନ୍ତି । ସେହିପରି ଶୁକ୍ରବାର ଜଣେ ସିଆରପିଏଫ ଯବାନ ମଧ୍ୟ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା । ଏହାସହ ତ୍ରିପୁରାରେ 2 ଜଣ ବିଏସଏଫ ଯବାନ କୋରୋନାର ଶିକାର ହୋଇଥିଲେ । ସମସ୍ତ ଯବାନଙ୍କ ପାଇଁ ସ୍ବତନ୍ତ୍ର ବିଏସଏଫ କୋଭିଡ ହସ୍ପିଟାଲରେ ଚିକିତ୍ସାର ବ୍ୟବସ୍ଥା କରାଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.