ETV Bharat / bharat

ଦେଶରେ କୋରୋନାର ସାଙ୍ଘାତିକ ରୂପ, 24 ଘଣ୍ଟାରେ 69,921 ପଜିଟିଭ ରିପୋର୍ଟ - COVID19

ଡରାଉଛି କୋରୋନା । ଭାରତରେ ଅହେତୁକ ମାତ୍ରାରେ ବୃଦ୍ଧି ପାଉଛି ସଂକ୍ରମଣ। । 37 ଲକ୍ଷ ଅଭିମୁଖେ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଦେଶରେ କୋରୋନାର ସାଙ୍ଘାତିକ ରୂପ, 24 ଘଣ୍ଟାରେ 69,921 ପଜିଟିଭ ରିପୋର୍ଟ

author img

By

Published : Sep 1, 2020, 10:46 AM IST

ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ଧରୁନି କୋରୋନା ଭାଇରସ ସଂକ୍ରମଣ । ପ୍ରତ୍ୟେକ ଦିନ ତୀବ୍ର ଗତିରେ ବୃଦ୍ଧି ପାଉଛି ଏହି ସଂଖ୍ୟା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟା ମଧ୍ୟରେ 69 ହଜାର 921ଟି କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ସେଥି ମଧ୍ୟରୁ 819 ଜଣଙ୍କର ମୃତ୍ୟୁ ହୋଇଛି ।

ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା 36 ଲକ୍ଷ 91 ହଜାର 167 ରେ ପହଞ୍ଚିଛି ଏହି ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରୁ 65 ହଜାର 288 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 28 ଲକ୍ଷ 39 ହଜାର 883 ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 85 ହଜାର 996 ଜଣ ଚିକିତ୍ସାଧୀନ ଅଛନ୍ତି ।

ଇତି ମଧ୍ୟରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ରହିଛି । ଯେଉଁଠି ମୋଟ ସଂକ୍ରମଣ ସଂଖ୍ୟା 7,92,541 ପାର କରିଛି । ସେଥିମଧ୍ୟରୁ 24,583 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମହାରାଷ୍ଟ୍ର ପରେ ପୂର୍ବରୁ ତାମିଲନାଡୁ ଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.