ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 11,56,569 କୋରୋନା ଟେଷ୍ଟ: ICMR - ଆଇସିଏମଆର

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ, ବୁଧବାର ଦେଶରେ 11 ଲକ୍ଷ 56 ହଜାର 569 ଟି ନମୂନା ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ଏଯାବତ୍ ଦେଶରେ 6 କୋଟି 74 ଲକ୍ଷ 36 ହଜାର 031ଟି ନମୂନା ପରୀକ୍ଷା ସରିଛି ।

24 ଘଣ୍ଟାରେ ଦେଶର ହୋଇଛି 1156569 କୋରୋନା ପରୀକ୍ଷା

author img

By

Published : Sep 24, 2020, 10:35 AM IST

ନୂଆଦିଲ୍ଲୀ: ଦେଶରେ ଥମିବାର ନାମ ନେଉନାହିଁ କୋରୋନା ସଂକ୍ରମଣ । ବର୍ତ୍ତମାନ ଦେଶରେ 57 ଲକ୍ଷ ପାର କରିଛି କୋରୋନା ମାମଲା । ବୃଦ୍ଧି ପାଉଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋରୋନା ଟେଷ୍ଟକୁ ମଧ୍ୟ ବଢାଇ ଦିଆଯାଇଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ, ବୁଧବାର ଦେଶରେ 11 ଲକ୍ଷ 56 ହଜାର 569 ଟି ନମୂନା ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ଏଯାବତ୍ ଦେଶରେ 6 କୋଟି 74 ଲକ୍ଷ 36 ହଜାର 031ଟି ନମୂନା ପରୀକ୍ଷା ସରିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 86,508 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,129 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 57 ଲକ୍ଷ 32 ହଜାର 519ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 46,74,988 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9,66,382 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଏଯାବତ୍ ଦେଶରେ 91,149 ଆକ୍ରାନ୍ତଙ୍କର ମାରାତ୍ମକ କୋରୋନା ଭାଇରସରେ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.