ETV Bharat / bharat

ଦେଶରେ 64, 426 କୋରୋନା ସଂକ୍ରମଣରୁ ମୁକ୍ତ, ଆରୋଗ୍ୟ ହାର 42.4%: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : May 27, 2020, 7:49 PM IST

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ଯେ ନୂଆଦିଲ୍ଲୀ, ଦେଶରେ ମୋଟ 1,51,767 କୋରୋନା ସଂକ୍ରମଣ ମାମଲା ରହିଛି ଯେଉଁଥିରେ ଆରୋଗ୍ୟ ହାର ହାର 42.4% ରହିଛି। ମନ୍ତ୍ରଣାଳୟ କହିଛି ଯେ ମୃତ୍ୟୁ ହାର 2.86% ଥିବାବେଳେ ବିଶ୍ବରେ ହାରାହାରି ମୃତ୍ୟୁ ହାର 6.36% ରହିଛି ।

Health Ministry
Health Ministry

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ କ୍ରମାଗତ ଭାବେ ବଢିବାରେ ଲାଗୁଛି । ମାତ୍ର ଏହା ଭିତରେ ଭଲ ଖବର ଯେ ଦେଶରେ କୋରୋନାରୁ ଆରୋଗ୍ୟ ହାର ମଧ୍ୟ ଆଶାନୁରୂପ ଭାବେ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ଯେ ନୂଆଦିଲ୍ଲୀ, ଦେଶରେ ମୋଟ 1,51,767 କୋରୋନା ସଂକ୍ରମଣ ମାମଲା ରହିଛି ଯେଉଁଥିରେ ଆରୋଗ୍ୟ ହାର ହାର 42.4% ରହିଛି। ମନ୍ତ୍ରଣାଳୟ କହିଛି ଯେ ମୃତ୍ୟୁ ହାର 2.86% ଥିବାବେଳେ ବିଶ୍ବରେ ହାରାହାରି ମୃତ୍ୟୁ ହାର 6.36% ରହିଛି ।

ମନ୍ତ୍ରଣାଳୟ କହିଛି ଯେ ଦେଶରେ ବର୍ତ୍ତମାନ 930 କୋଭିଡ ଡାକ୍ତରଖାନା ଅଛି ଯେଉଁଥିରେ 1,58,747 ଆଇସୋଲେସନ ବେଡ, 20,355 ଆଇସିୟୁ ବେଡ୍ ଏବଂ 69,076 ଅକ୍ସିଜେନ ସପୋଟେର୍ଡ ବେଡ ରହିଛି ।

ମନ୍ତ୍ରଣାଳୟ କହିଛି ଯେ ଦେଶରେ ଅତି କମରେ 10,341 କ୍ବାରେଣ୍ଟାଇନ ସେଣ୍ଟର ଏବଂ 7,195 କୋଭିଡ କେୟାର ସେଣ୍ଟର ଅଛି, ଯେଉଁଥିରେ କୋରୋନା ମୁକାବିଲା ପାଇଁ 6,52,830 ବେଡ ରହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନକୁ 113.58 ଲକ୍ଷ N95 ମାସ୍କ ଏବଂ 89.84 ଲକ୍ଷ ପିପିଇ ଯୋଗାଇ ଦିଆଯାଇଛି ।

ଦେଶରେ 435 ସରକାରୀ ଲାବୋରେଟୋରୀ ଏବଂ 189 ଟି ବେସରକାରୀ ଲାବୋରେଟୋରୀ (ମୋଟ 624 ଟି ଲାବୋରେଟୋରୀ) ମାଧ୍ୟମରେ କୋଭିଡ ପରୀକ୍ଷା କ୍ଷମତା ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ କୋଭିଡ-19 ପାଇଁ ଏପର୍ଯ୍ୟନ୍ତ 32,42,160 ନମୁନା ପରୀକ୍ଷା କରାଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 1,16,041 ନମୁନା ପରୀକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.