ETV Bharat / bharat

କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 63,489 ପଜିଟିଭ, 944 ମୃତ - Ministry of Health and Family Welfare

ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ମାମଲା । ସେପଟେ ଏହାକୁ ନଜରରେ ରଖି ଆଇସିଏମଆର ପକ୍ଷରୁ ପ୍ରତ୍ୟେକ ଦିନ କରାଯାଉଛି ଲକ୍ଷାଧିକ କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 63,489 ପଜିଟିଭ, 944 ମୃତ

author img

By

Published : Aug 16, 2020, 10:41 AM IST

ନୂଆଦିଲ୍ଲୀ: 26 ଲକ୍ଷ ଅଭିମୁଖେ ଭାରତର କୋରୋନା ସଂକ୍ରମଣ ସଂଖ୍ୟା । ପ୍ରତ୍ୟେକ ଦିନ କ୍ରମାଗତ ଭାବେ ଆସୁଛି 50 ହଜାରରୁ ଅଧିକ ପଜିଟିଭ ସଂଖ୍ୟା । ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା 25 ଲକ୍ଷ ପାର କରିଛି ସଂକ୍ରମଣ ।

ସ୍ବାସ୍ଥ୍ୟମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 63 ହଜାର 489ଟି ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ, ଏଥିରେ 944 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ 25 ଲକ୍ଷ 89 ହଜାର 682ରେ ପହଞ୍ଚିଛି ସଂକ୍ରମଣ ମାମଲା, ଏଥିରେ 49 ହଜାର 980 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସଂକ୍ରମିତଙ୍କ ମଧ୍ୟରୁ 18 ଲକ୍ଷ 62 ହଜାର 258 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା 6 ଲକ୍ଷ 77 ହଜାର 444 ଜଣ ଚିକିତ୍ସାଧୀନ ଅଛନ୍ତି ।

ଦେଶରେ ସରିଛି 2  କୋଟି 93 ଲକ୍ଷ 9 ହଜାର 703ଟି କୋରୋନା ସାମ୍ପଲ ଟେଷ୍ଟ

ତେବେ କୋରୋନାରେ ଦେଶ ସବୁଠୁ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଥିବାବେଳେ, ଏଠାରେ ମୋଟ 5 ଲକ୍ଷ 84 ହଜାର 754ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ 1 ଲକ୍ଷ 56 ହଜାର 409 ଜଣ ଚିକିତ୍ସାଧୀନ ଥିବାବେଳେ, 4 ଲକ୍ଷ 8 ହଜାର 286 ଜଣ ସୁସ୍ଥ ହୋଇଛନ୍ତି। 19 ହଜାର 749 ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଏହି ସମୟରେ ଦେଶରେ ଗତ 24 ଘଣ୍ଟାରେ 7 ଲକ୍ଷ 46 ହଜାର 608 ଟି କୋରୋନା ଟେଷ୍ଟ କରାଯାଇଥିବାବେଳେ, ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 2 କୋଟି 93 ଲକ୍ଷ 9 ହଜାର 703ଟି କୋରୋନା ସାମ୍ପଲ ଟେଷ୍ଟ ସରିଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.