ଥିରୁଅନନ୍ତପୁରମ୍: କେରଳର ମଦ୍ରସା ସ୍କୁଲରେ ଯୌନ ଶୋଷଣ ଅଭିଯୋଗରେ ଜଣେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି । ଅଧ୍ୟାପକଙ୍କୁ 63 ବର୍ଷ ବୟସ ହୋଇଥିବା ବେଳେ ସେ ଗତ 2 ବର୍ଷ ମଧ୍ୟରେ 19 ଜଣଙ୍କୁ ଯୌନ ଶୋଷଣ କରିଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି ।
ଖବରମୁତାବକ, ଅଧ୍ୟାପକ ଜଣଙ୍କ କିଟ୍ଟୟମ ଜିଲ୍ଲାର ଏକ ମଦ୍ରସା ସ୍କୁଲରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ସେଠାରେ ସେ ଦୀର୍ଘ 2 ବର୍ଷରୁ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଉଥିଲେ । ପୋଲିସର କହିବାନୂଯାୟୀ, ଅଭିଯୁକ୍ତ ଜଣକ ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିଲେ । ତେବେ ଯିଏ ତାଙ୍କୁ ଶୋଷଣ କରିଥିଲେ ଉକ୍ତ ବ୍ୟକ୍ତିଙ୍କ ଝିଅକୁ ଦୁଷ୍କର୍ମ କରି ସେ ପ୍ରତିଶୋଧ ନେଇଥିବା କହିଛି ।
ତେବେ ଅଭିଯୁକ୍ତ ଜଣଙ୍କ ବଡବଡ ପ୍ରାର୍ଥନା ସଭାର ଆୟୋଜନ କରି ପ୍ରବଚନ ଦେଇ ଛାତ୍ରୀ ମାନଙ୍କର ଭରସା ଜିତିଥିଲେ । ସେ ମସଜିଦ କର୍ତ୍ତୃପକ୍ଷଙ୍କ ସହ ସୁସମ୍ପର୍କ ରଖି ମସଜିଦ ପ୍ରାଙ୍ଗଣରେ ରୁମ ଭଡା ନେଇ ସେହି ଘରେ ଝିଅମାନଙ୍କୁ ଆଣି ଯୌନ ଶୋଷଣ କରୁଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଧ୍ୟାପକଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।