ETV Bharat / bharat

ଦେଶରେ 24 ଘଣ୍ଟାରେ 62,064 କୋରୋନା ପଜିଟିଭ, 1 ହଜାରରୁ ଉର୍ଦ୍ଧ୍ବ ମୃତ

author img

By

Published : Aug 10, 2020, 10:24 AM IST

ଭାରତରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କୋରୋନା ସଂକ୍ରମଣ ସଂଖ୍ୟା । ଅଗଷ୍ଟ 9 ସୁଦ୍ଧା ଦେଶରେ 22,15,075 ପାର କରିଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 62,064 କୋରୋନା ପଜିଟିଭ ରିପୋର୍ଟ, 1 ହଜାରରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ଏବେ ଭୟାନକ ରୂପ ନେଉଛି । ଦେଶରେ ରେକର୍ଡ ହେଉଥିବା ପ୍ରତ୍ୟେକ ଦିନର ସଂକ୍ରମଣ ସଂଖ୍ୟା ଏବେ ଆମେରିକା ଓ ବ୍ରାଜିଲର ଦୈନିକ ରିପୋର୍ଟକୁ ଟପିଯାଇଛି । ଗତ ଏକ ମାସ ଧରି 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ସଂଖ୍ୟା ରେକର୍ଡ ହେଉଛି । ଯାହା ଚିନ୍ତାର ବିଷୟ ପାଲଟିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଭାରତରେ 62 ହଜାର 64ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 1 ହଜାର 7 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 22 ଲକ୍ଷ 15 ହଜାର 75ରେ ପହଞ୍ଚିଛି କୋରୋନା ସଂକ୍ରମଣ ସଂଖ୍ୟା ।

ଏଥିରେ 6 ଲକ୍ଷ 34 ହଜାର 945 ଟି ମାମଲା ସକ୍ରିୟ ଥିବାବେଳେ, 15 ଲକ୍ଷ 35 ହଜାର 744 ଜଣ ସୁସ୍ଥ ହୋଇଛନ୍ତି, ସେହିପରି 44 ହଜାର 386 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହିପରି ସ୍ଥିତିରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ସଂଖ୍ୟା ସମୁଦାୟ 5 ଲକ୍ଷ 15 ହଜାର 332ରେ ପହଞ୍ଚିଛି, ଏଥିରେ 17 ହଜାର 757 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 1 ଲକ୍ଷ 45 ହଜାର 558ଟି ମାମଲା ସକ୍ରିୟ ରହିଛି ସେହିପରି 3 ଲକ୍ଷ 51 ହଜାର 710 ଜଣ ସୁସ୍ଥ ହୋଇଛନ୍ତି ।

ଏହାପରେ ତାମିଲନାଡୁ ରହିଛି ଯେଉଁଠି ବର୍ତ୍ତମାନ ସୁଦ୍ଧ 2 ଲକ୍ଷ 96 ହଜାର 901ଟି ମାମଲା ରିପୋର୍ଟ ହୋଇଥିବାବେଳେ, 53 ହଜାର 336 ଟି ମାମଲା ସକ୍ରିୟ ରହିଥିବାବେଳେ, 2 ଲକ୍ଷ 38 ହଜାର 638 ଜଣ ସୁସ୍ଥ ହୋଇଛନ୍ତି, 4 ହଜାର 927 ଜଣଙ୍କର ମୃତ୍ୟୁ ଘଟିଛି । ଏହାପରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ରହିଛି ଯେଉଁଠି ସଂକ୍ରମଣ ସଂଖ୍ୟା ଲକ୍ଷାଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.