ETV Bharat / bharat

ଜାମ୍ମୁ କାଶ୍ମୀରରେ ଆଉ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ - କୋରୋନା ନ୍ୟୁଜ

ଜାମ୍ମୁକାଶ୍ମୀରରେ ଜଣେ 61 ବର୍ଷୀୟା କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଜାମ୍ମୁକାଶ୍ମୀରରେ କୋରୋନା ମୃତ୍ୟୁସଂଖ୍ୟା 4 ରେ ପହଞ୍ଚିଛି ।

corona death
ଜାମ୍ମୁ କାଶ୍ମୀରରେ ଆଉ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ
author img

By

Published : Apr 9, 2020, 9:53 AM IST

ଶ୍ରୀନଗର: ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏହାଛଡା ଦେଶରେ ମଧ୍ୟ ହୁ ହୁ ହୋଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହା ମଧ୍ୟରେ ଜାମ୍ମୁକାଶ୍ମୀରରେ ଜଣେ 61 ବର୍ଷୀୟା କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଜାମ୍ମୁକାଶ୍ମୀରରେ କୋରୋନା ମୃତ୍ୟୁସଂଖ୍ୟା 4ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ଜାମ୍ମୁ କାଶ୍ମୀରରେ 14 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ଜାମ୍ମୁ ଏବଂ 11 ଜଣ କାଶ୍ମୀର ଡିଭିଜନ ଥିବା ଜଣାପଡିଥିଲା । ତେବେ ଗତ ବୁଧବାର ଉଦ୍ଧମପୁରରେରେ ଚିକିତ୍ସିତ ହେଉଥିବା 61 ବର୍ଷୀୟ କୋରୋନା ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଜାମ୍ମୁ କାଶ୍ମୀରରେ 139 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 130 ଆକ୍ରାନ୍ତ ଆକ୍ଟିଭ ଥିବା ଜଣାପଡିଛି । ଏଥିସହ 6 ଜଣ ଆକ୍ରାନ୍ତ ସୁସ୍ଥ ଥିବା ବେଳେ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.