ETV Bharat / bharat

ବିମାନ ଉଡାଣର ଦ୍ବିତୀୟ ଦିନ: 608 ବିମାନରେ ଯାତ୍ରା କଲେ 41 ହଜାର ଯାତ୍ରୀ

author img

By

Published : May 27, 2020, 12:22 PM IST

ମଙ୍ଗଳବାର ସନ୍ଧ୍ୟା 5 ଟା ସୁଦ୍ଧା ସମୁଦାୟ 608 ବିମାନରେ 41 ହଜାର 673 ଯାତ୍ରୀ ଯାତାୟତ କରିଛନ୍ତି । ଟ୍ବିଟରରେ ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ୍ ସିଂ ପୁରୀ ସୂଚନା ଦେଇଛନ୍ତି।

domestic flights
ବିମାନ ଉଡାଣ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟା 5 ଟା ସୁଦ୍ଧା ସମୁଦାୟ 608 ବିମାନରେ 41 ହଜାର 673 ଯାତ୍ରୀ ଯାତାୟତ କରିଛନ୍ତି । ଟ୍ବିଟରରେ ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ୍ ସିଂ ପୁରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବାନୁସାରେ, 5 ଟା ସୁଦ୍ଧା 325ଟି ବିମାନ ଉଡାଣ କରିଥିବା ବେଳେ 283ଟି ପହଞ୍ଚିଛି । ସବିଶେଷ ତଥ୍ୟ ପାଇବା ପରେ ସମ୍ପୁର୍ଣ୍ଣ ବିବରଣୀ ଦିଆଯିବ ବୋଲି ମନ୍ତ୍ରୀ ଟ୍ବିଟ କରି କହିଛନ୍ତି । ଏହାପୂର୍ବରୁ ମନ୍ତ୍ରୀ ଆଉ ଏକ ଟ୍ବିଟରେ କହିଛନ୍ତି ଯେ ମଙ୍ଗଳବାର ଆନ୍ଧ୍ରପ୍ରଦେଶକୁ ବିମାନ ସେବା ପୁନଃ ଆରମ୍ଭ ହେବାପରେ ଯାତ୍ରୀ ଓ ବିମାନ ସଂଖ୍ୟା ବଢିଛି ।

ସେ ଏହା ମଧ୍ୟ କହିଥିଲେ ଯେ 2 ମାସ ପରେ ବିମାନ ସେବା ଆରମ୍ଭ ହେବାର ପ୍ରଥମ ଦିନ 832 ବିମାନରେ 58,318 ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ଯାଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ ଏହି ସଂଖ୍ୟା ବଢିବାକୁ ଯାଉଛି।

ମଙ୍ଗଳବାର ରାଜଧାନୀ ଦିଲ୍ଲୀର ଟର୍ମିନାଲ୍ 3 ରୁ 135 ବିମାନ ଉଡାଣ କରିଥିବା ବେଳେ 140ଟି ବିମାନ ପହଞ୍ଚିଥିଲା । ଏଥିସହ 25ଟି ବିମାନ ବାତିଲ୍ ମଧ୍ୟ ହୋଇଥିଲା । ସୋମବାର ତୁଳନାରେ ମଙ୍ଗଳବାର କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ତଥାପି ଅନେକ ବିମାନ ବାତିଲ କରାଯାଇଥିଲା ।

EaseMyTr ip.comର ସିଇଓ ନିଶାନ୍ତି ପିଟ୍ଟି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ଅନେକ ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ ହ୍ରାସ କରୁଥିବାରୁ ଅଧିକ ବିମାନ ଓ ଯାତ୍ରୀ ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.