ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଫିସିଆଲ ୱେବସାଇଟ୍ ଡାଟା ଅନୁସାରେ ମାର୍ଚ୍ଚ 1, 2020 ସୁଦ୍ଧା ପ୍ରାୟ 60,469ଟି ମାମଲା ସ୍ଥଗିତ ହୋଇ ପଡିରହିଥିବା ଜାଣିବାକୁ ମିଳିଛି । ଫେବୃଆରୀ 1, 2020 ସୁଦ୍ଧା 59, 670ଟି ମାମଲା ରହିଥିଲା ।
ଏଥିରେ ଉଭୟ ଅପୂର୍ଣ୍ଣ ଥିବା ମାମଲା ଓ ନୂଆ ମାମଲା ମଧ୍ୟ ରହିଛି । ଖଣ୍ଡପୀଠ ଓ ସାମ୍ବିଧାନିକ ବାଖ୍ୟା ସହ ଜଡିତ ମାମଲା ଓ ଗୁରୁତ୍ବପୂର୍ଣ୍ଣ ମାମଲା ପ୍ରାୟ 551 ରହିଛି । ଏଥି ମଧ୍ୟରୁ 52ଟି ମୁଖ୍ୟ ଓ 499 ଯୁଗ୍ମ ମାମଲା ସାମିଲ ଅଛି । 5 ଜଣିଆ ଖଣ୍ଡପୀଠଙ୍କ ପାଖରେ 402 ମାମଲା, 7 ଜଣିଆ ଖଣ୍ଡପୀଠଙ୍କ ପାଖରେ 13ଟି, 9 ଜଣିଆ ଖଣ୍ଡପୀଠଙ୍କ ପାଖରେ 136ଟି ମାମଲା ପଡି ରହିଛି । ସାବରୀମାଳା ମଧ୍ୟରେ ମହିଳାଙ୍କ ପ୍ରବେଶ ମାମଲା ବର୍ତ୍ତମାନ 9 ଜଣିଆ ଖଣ୍ଡପୀଠଙ୍କ ପାଖରେ । ଏହାର ଶୁଣାଣି ହୋଲି ଛୁଟି ପରେ ହେବାର ଥିଲା ମାତ୍ର ବର୍ତ୍ତମାନ କୋରୋନା ଆତଙ୍କ ଫଳରେ ଅନିଶ୍ଚିତତା ମଧ୍ୟରେ ଏହାର ଶୁଣାଣି ।
ପ୍ରାୟ 19.96 ପ୍ରତିଶତ ମାମଲାର ସମାଧାନ ହୋଇପାରିଥିବା ୱେବସାଇଟରୁ ଜାଣିବାକୁ ମିଳିଛି । ଏହାସହ 40,723 ନୂଆ ମାମଲା ମଧ୍ୟ ରେଜିଷ୍ଟର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ