ETV Bharat / bharat

କେଦାରନାଥ ପ୍ରାକୃତିକ ବିପର୍ଯ୍ୟୟକୁ ପୁରିଲା 6 ବର୍ଷ

ଆଜି କେଦାରନାଥର ପ୍ରାକୃତିକ ବିପର୍ଯ୍ୟୟକୁ 6 ବର୍ଷ ପୁରିଛି । କେଦାରନାଥ ଧାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କାମ ଏବେବି ଜାରି ରହିଛି । ଗତ 1 ମାସ 7 ଦିନ ଭିତରେ ଶ୍ରଦ୍ଧାଳୁଙ୍କ ଯାତ୍ରାର ରେକର୍ଡ 6 ଲକ୍ଷ 50 ହଜାରରେ ପହଞ୍ଚିଛି ।

ଫାଇଲ ଫଟୋ
author img

By

Published : Jun 16, 2019, 2:07 PM IST

ଡେରାଡୁନ: କେଦାରନାଥର ପ୍ରଳୟଙ୍କାରୀ ବନ୍ୟା ଓ ଭୁସ୍ଖଳନକୁ ଆଜି 6 ବର୍ଷ ପୁରିଛି । ହେଲେ ମନରୁ ଲିଭିନାହିଁ ସେହି କାଳ ରାତିରେ ପ୍ରକୃତିର କରାଳ ରୂପ । ୨୦୧୩ରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡକୁ ଛାରଖାର କରି ଦେଇଥିଲା । ନିମିଶକେ ମାତ୍ରେ ଦେବ ଭୂମି ପାଲଟିଯାଇଥିଲା ଶ୍ମଶାନ ଭୂମି ।

2013 ମସିହା ଜୁନ 16 ତାରିଖ ରାତିରେ କେଦାରନାଥ, ଗୌରୀକୁଣ୍ଡ ସମେତ ଅନେକ ଅଞ୍ଚଳରେ ଉପସ୍ଥିତ ହାଜାର ହାଜାର ଶ୍ରଦ୍ଧାଳୁଙ୍କ ଜୀବନ ଭାସି ଯାଇଥିଲା ସେହି ବନ୍ୟା ଜଳରେ । ଏବେବି ଅନେକ ମୃତ ଦେହ ପାହାଡର ବରଫ ତଳେ ଦବି ରହିଥିବା ଅନୁମାନ କରାଯାଏ ।

ପ୍ରାକୃତିକ ବିପର୍ଯ୍ୟୟ ପରେ ଉଦ୍ଧାର କାର୍ଯ୍ୟ ପାଇଁ ସେତେବେଳର ହରିଶ ରାଓ୍ବତ ସରକାରଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା । ବନ୍ୟାରେ ସାରା ଦେଶରୁ 3886 ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ନରକଙ୍କାଳ ମିଳିବା ଜାରି ରହିଛି । 6 ବର୍ଷ ମଧ୍ୟରେ ମୋଟ 699 ନରକଙ୍କାଳ ମିଳି ସାରିଲାଣି ।

ପ୍ରଳୟଙ୍କାରୀ ବନ୍ୟା କେଦାରନାଥର ପ୍ରାକୃତିକ ପରିବେଶକୁ ସମ୍ପୂର୍ଣ୍ଣ ବଦଳାଇ ରଖିଦେଇଥିବା ବେଳେ ଦେବ ଭୂମିର ସୌନ୍ଦର୍ଯ୍ୟକୁ ପୁଣି ଫେରାଇ ଆଣିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦିନରାତି ଏକ କରି ଦେଇଥିଲେ । କେଦାରନାଥ ଧାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କାମ ଏବେବି ଜାରି ରହିଛି ।

କେଦାରନାଥ ବନ୍ୟା ଓ ପ୍ରାକୃତିକ ବିପର୍ଯୟ ସମୟଠୁ ନେଇ ଆଜିଯାଏ 6 ବର୍ଷ ମଧ୍ୟରେ ଦେବ ଭୂମିର ଛବିରୁ ବଦଳାଇବା ପାଇଁ ପୁରା ପ୍ରୟସ କରାଯାଇଛି, ଯାହାର ପରିଣାମ ସ୍ବରୂପ ଧାମରେ 1 ମାସ 7 ଦିନ ଭିତରେ ଶ୍ରଦ୍ଧାଳୁଙ୍କ ଯାତ୍ରାର ରେକର୍ଡ 6 ଲକ୍ଷ 50 ହଜାରରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ମୋଦି 4 ଥର କେଦାରନାଥ ଦର୍ଶନରେ ପହଞ୍ଚିଥିବା ବେଳେ ଗତ ତିନି ବର୍ଷ ମଧ୍ୟରେ ତାଙ୍କର ଯିବା ଆସିବା ଲାଗି ରହିଛି । ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଅନ୍ତର୍ଗତ ଧାମରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ସମୟ ସମୟରେ ମୋଦି ଏହି ନିର୍ମାଣ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଛନ୍ତି ।

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.