ETV Bharat / bharat

ଉତ୍ତର ପ୍ରଦେଶ ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲା, ସ୍କେଚ ଜାରି କଲା ପୋଲିସ - ଉତ୍ତରପ୍ରଦେଶ ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲା

ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଛଅ ର୍ଷର ଶିଶୁ କନ୍ୟାର ଅପହରଣ ପରେ ଦୁଷ୍କର୍ମ ଘଟଣା । ଘଟଣାର 4 ଦିନ ପରେ ଅଭିଯୁକ୍ତକୁ ଗିରଫ କରିପାରିନଥିବା ପୋଲିସ ଏକ ସ୍କେଚ ତିଆରି କରି ଫଟୋ ଜାରି କରିଛି । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶ ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲା
ଉତ୍ତରପ୍ରଦେଶ ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲା
author img

By

Published : Aug 10, 2020, 3:08 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଛଅ ବର୍ଷର ଶିଶୁ କନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା । ଗତ ଗୁରୁବାର ଏହି ଘଟଣା ଘଟିଥିବାବେଳେ ଏହାକୁ 4 ଦିନ ବିତି ଗଲାଣି । ତଥାପି ପୋଲିସ କାହାକୁ ଏଯାଏଁ ଗିରଫ କରିପାରି ନାହିଁ । ସେପଟେ ପରିବାର ଓ ପଡୋଶୀଙ୍କ ସହ ଆଲୋଚନାରେ ତିନୋଟି ସ୍କେଚ ଜାରି କରିଛି ପୋଲିସ । ଏହି ତିନୋଟି ସ୍କେଚ ଗୋଟିଏ ବ୍ୟକ୍ତିଙ୍କ ହୋଇପାରେ ବୋଲି ପୋଲିସ କହିଛି ।

ସୂଚନାନୁଯାୟୀ, ନାବାଳିକାକୁ ଦିଲ୍ଲୀ ଠାରୁ ପ୍ରାୟ 100 କିମି ଦୂର ଗଡ ମୁକେଶ୍ବର ଅଞ୍ଚଳରୁ ଶିଶୁକୁ ନିଜ ଘରକୁ ଅପହରଣ କରାଯାଇଥିଲା । ବାଇକ ଯୋଗେ ଜଣେ ବ୍ୟକ୍ତି ଆସି ନାବାଳିକାକୁ ନେଇଥିବା କୁହାଯାଉଛି । ଏହା ପରେ ପରିବାର ପକ୍ଷରୁ ନିଖୋଜ ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପର ଦିନ ଗାଁ ନିକଟ ଏକ ବୁଦା ପାଖରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁକନ୍ୟାକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ବର୍ତ୍ତମାନ ପୀଡିତା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ହେଲେ ଏବେ ବି ଜୀବନ ପ୍ରତି ବିପଦ ରହିଥିବା ଡାକ୍ତର କହିଛନ୍ତି । ଶିଶୁକନ୍ୟାର ଏକ ସର୍ଜରୀ ମଧ୍ୟ ସରିଛି । ଅନ୍ୟପଟେ ଶିଶୁ କନ୍ୟାର ଯାଞ୍ଚ ପରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.