ETV Bharat / bharat

କୋରୋନା କାଳ: ସଂକ୍ରମଣରେ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ

author img

By

Published : Jul 21, 2020, 1:57 PM IST

କୋରୋନା ମହାମାରୀ ସାରା ବିଶ୍ବକୁ ହନ୍ତସନ୍ତ କରୁଛି । ପ୍ରତ୍ୟେକ ଦିନ ସଂକ୍ରମଣ ଗ୍ରାଫ ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଝାଡଖଣ୍ଡ ଧାନବାଦରେ ଏହି ସଂକ୍ରମଣରେ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

କୋରୋନା କାଳ; ସଂକ୍ରମଣରେ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ

ରାଞ୍ଚି: କୋରୋନା ମହାମାରୀ ସାରା ବିଶ୍ବକୁ ହନ୍ତସନ୍ତ କରୁଛି । ପ୍ରତ୍ୟେକ ଦିନ ସଂକ୍ରମଣ ଗ୍ରାଫ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଏହି ଜୀବନଘାତୀ ସଂକ୍ରମଣକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଥିବାବେଳେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅତ୍ୟନ୍ତ କଷ୍ଟ ଦାୟକ ଚିତ୍ର ସାମ୍ନାକୁ ଆସୁଛି । ତେବେ ଝାଡଖଣ୍ଡ ଧାନବାଦରେ ଗୋଟିଏ ପରିବାରର ଏକାସଙ୍ଗେ 6 ଜଣଙ୍କ ଜୀବନ ଚାଲିଯାଇଛି ।

ସୂଚନା ଅନୁସାରେ, 88 ବର୍ଷୀୟ ଜଣେ ବୃଦ୍ଧା ହସ୍ପିଟାଲରେ ବହୁଦିନ ଧରି ଚିକିତ୍ସାଧୀନ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଜଣଙ୍କ ପରେ ଜଣେ ଘରର 5 ପୁଅଙ୍କ ମୃତ୍ୟୁ ଘଟିଥିଲା । ଯାହା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣା ଘଟିଛି ରାଣୀବଜାର ଅଞ୍ଚଳରେ । ପ୍ରଥମେ ବୃଦ୍ଧା ମାଆଙ୍କ ଜୀବନ ଯିବା ପରେ ଜଣେ ପରେ ଜଣେ ଏହି କୋରୋନା ସଂକ୍ରମଣରେ ପ୍ରାଣ ହରାଇଥିଲେ ।

ଏହି ଘଟଣା ପ୍ରଘଟ ହେବା ପରେ ସେଠାକାର ସ୍ଥାନୀୟ ପ୍ରଶାସନ ସେହି ଅଞ୍ଚଳକୁ ସିଲ୍ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.