ETV Bharat / bharat

ରାଜସ୍ଥାନର 6 ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାଚନ ଘୁଞ୍ଚାଇବାକୁ ଅନୁମତି ଦେଲେ ହାଇକୋର୍ଟ

author img

By

Published : Jul 22, 2020, 2:49 PM IST

ଏଥିପାଇଁ ରାଜ୍ୟ ସରକାର 31 ଡିସେମ୍ବର ପର୍ଯ୍ୟନ୍ତ ସମୟ ମାଗିଥିଲେ । କିନ୍ତୁ କୋର୍ଟ 31 ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ସମୟ ଦେଇଛନ୍ତି ।

ମ୍ୟୁନିସିପାଲିଟି କର୍ପୋରେସନର
ମ୍ୟୁନିସିପାଲିଟି କର୍ପୋରେସନର

ଜୟପୁର: ଜୟପୁର, ଯୋଧପୁର ଏବଂ କୋଟାର ନୂତନ 6 ଟି ମ୍ୟୁନିସିପାଲିଟି କର୍ପୋରେସନକୁ ନିର୍ବାଚନ ସମୟ ଘୁଞ୍ଚାଇବାକୁ ଅନୁମତି ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ । ଅକ୍ଟୋବର 31 ସୁଦ୍ଧା ଏହି ନିର୍ବାଚନ କରିବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନତି ଏବଂ ନ୍ୟାୟାଧୀଶ ପ୍ରକାଶ ଗୁପ୍ତାଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ତେବେ କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନର ସମୟ ବଢାଇବାକୁ ପୁଣିଥରେ ଆବେଦନ କରିପାରିବେ ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର 31 ଡିସେମ୍ବର ପର୍ଯ୍ୟନ୍ତ ସମୟ ମାଗିଥିଲେ । କିନ୍ତୁ କୋର୍ଟ 31 ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ସମୟ ଦେଇଛନ୍ତି ।

ପ୍ରତିଦିନ ରାଜ୍ୟରେ ଶହ ଶହ କୋରୋନା ସଂକ୍ରମଣ ମାମଲା ଆସୁଛି । ଏଭଳି ପରିସ୍ଥିତିରେ ନିର୍ବାଚନ ସମ୍ଭବ ନୁହେଁ। ତେଣୁ ନିର୍ବାଚନ ହେବାର ଅବଧି 31 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉଚିତ୍ ବୋଲି ରାଜ୍ୟ ସରକାର ନିଜ ଆବେଦନରେ କହିଥିଲେ । ଏହି ଶୁଣାଣି ସମୟରେ ରାଜ୍ୟ ନିର୍ବାଚନ ଆୟୋଗ ଏହାକୁ ବିରୋଧ କରି କହିଥିଲେ, ଅକ୍ଟୋବର ସୁଦ୍ଧା ପଞ୍ଚାୟତର ଅବଶିଷ୍ଟ ଆସନରେ ସୁପ୍ରିମକୋର୍ଟ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ପରିସ୍ଥିତିରେ ଅକ୍ଟୋବର ପର୍ଯ୍ୟନ୍ତ ନିଗମ ନିର୍ବାଚନ ମଧ୍ୟ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.