ETV Bharat / bharat

କୋରୋନା ଆକ୍ରାନ୍ତଙ୍କ ପାଇଁ 6 ଆଇସୋଲେସନ ବଗି

author img

By

Published : Apr 9, 2020, 12:18 AM IST

ଗୋଟିଏ ବଗିରେ 9ଟି କେବିନ ରହିଛି । ଏଥିରୁ ଗୋଟିଏ କେବିନରେ ମେଡିକାଲ ଷ୍ଟାଫଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତଙ୍କ ପାଇଁ 6 ଆଇସୋଲେସନ ବଗି
କୋରୋନା ଆକ୍ରାନ୍ତଙ୍କ ପାଇଁ 6 ଆଇସୋଲେସନ ବଗି

ଶ୍ରୀନଗର: କୋରୋନା ଆକ୍ରାନ୍ତଙ୍କ ପାଇଁ ଆଗେଇ ଆସିଛି ଭାରତୀୟ ରେଲୱେ । ପୂର୍ବରୁ ଆସାମରେ ଆଇସୋଲେସନ ବଗି ପ୍ରସ୍ତୁତ କରିଥିଲା ରେଳବାଇ । ଏବେ ଜମ୍ମୁରେ ସେହିପରି 6ଟି କୋଚ ପ୍ରସ୍ତୁତ କରାଯାଇଛି ।

ଜମ୍ମୁ ରେଳୱେ ଷ୍ଟେସନରେ ଏହି ବଗି ପ୍ରସ୍ତୁତ ହୋଇଛି । ରେଳବାଇ ଅଧିକାରୀଙ୍କ ତଦାରଖରେ ଏହାକୁ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ତିଆରି କରାଯାଇଛି । ଗୋଟିଏ ବଗିରେ 9ଟି କେବିନ ରହିଛି । ଏଥିରୁ ଗୋଟିଏ କେବିନରେ ମେଡିକାଲ ଷ୍ଟାଫଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି । ବାକି 8ଟି କେବିନରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ ।

6ଟି ବଗିରେ ମୋଟ 48 ଜଣ କୋଭିଡ 19 ପଜିଟିଭ ଲୋକଙ୍କ ଚିକିତ୍ସା ହେବ । ଏଥିରେ ସମସ୍ତ ପ୍ରକାର ଅସ୍ଥାୟୀ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ଏହାକୁ ଆଇସୋଲେସନ ଭାବେ ରଖାଯିବ । କୌଣସି ବାହାର ଲୋକ ଏଠାକୁ ପ୍ରବେଶ ଅନୁମତି ପାଇବେ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.