ରାଞ୍ଚି: ଝାଡଖଣ୍ଡ ଗୁମଲା ଜିଲ୍ଲା ଚେନପୁର ଥାନା ଅଞ୍ଚଳରେ ପାଞ୍ଚଜଣ ଯୁବକ ଏକ ପାଞ୍ଚବର୍ଷୀୟ ନାବାଳିକାକୁ ଗଣଦୁର୍ଷ୍କମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଘଟଣାର ଦୁଇ ଦିନ ପରେ ସମସ୍ତ 5 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ଖବର ଅନୁସାରେ ନାବାଳିକାକୁ ଚକୋଲେଟ ଲୋଭ ଦେଖାଇ ଅପହରଣ କରିନେଇଥିଲେ ପାଞ୍ଚ ଦୁର୍ବୃତ୍ତ । ପ୍ରଥମେ ଘଟଣାକୁ ଚପାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ନାବାଳିକାର ପରିବାର ଘଟଣା ସମ୍ପର୍କରେ ଜାଣିବା ପରେ ଦୁଇ ଅଭିଯୁକ୍ତଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ଗାଁ ମଧ୍ୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେପଟେ ଆହତ ଦୁଇ ଅଭିଯୁକ୍ତ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥଲା ।
ଘଟଣାର ସୂଚନା ମିଳିବା ପରେ ଥାନା ଅଧିକାରୀ ସଦଳବଳ ଗାଁରେ ପହଞ୍ଚି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ