ETV Bharat / bharat

ନାଗରିକତା ସଂଶୋଧନ ଆଇନକୁ ବିରୋଧ, 59 ଯାଚିକା ଉପରେ ସୁପ୍ରିମକୋର୍ଟର ଶୁଣାଣି

author img

By

Published : Dec 18, 2019, 9:47 AM IST

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଯାଚିକାର ଆଜି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ଯାଚିକାର ଶୁଣାଣି ଦିନ 11.30ରେ କରାଯିବ । ଦାଖଲ ହୋଇଛି 59ଟି ଯାଚିକା ।

59 petitions filed regarding citizenship amendment law
ନାଗରିକତା ସଂଶୋଧନ ଆଇନକୁ ବିରୋଧ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଯାଚିକାର ଆଜି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରାୟ 59 ଯାଚିକାକୁ ନେଇ ଶୁଣାଣି କରାଯିବ । ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ବିଆର୍ ଗବଇ ଓ ସୂର୍ଯ୍ୟ କାନ୍ତଙ୍କ ମିଳିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

AIMIMର ଅସାଦ୍ଦୁଦିନ ଓୱେସୀ, TMCର ମହୁଆ ମୋଇତ୍ରା, RJDର ମନୋଜ ଝା, ଜମିୟତ ଉଲେମା-ଇ-ହିନ୍ଦ, ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ୍ ନାଗରିକତା ସଂଶୋଧନ ଆଇନ ବିରୋଧରେ ମଧ୍ୟ ଯାଚିକା ଦାଖଲ କରାଯାଇଛି । ଅଧିକାଂଶ ଯାଚିକା ଧର୍ମ ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ଦେବା ବିରୋଧରେ ଦାଖଲ କରାଯାଇଛି । ଏହି ସବୁ ଯାଚିକାର ଶୁଣାଣି ଦିନ 11.30ରେ କରାଯିବ ।

RJDର ମନୋଜ ଝାଙ୍କ ମତରେ ଏହି କାନୁନ ଭାରତରେ ଧର୍ମନିରପେକ୍ଷକୁ ଉଲଘଂନ କରୁଛି । ଜମିୟତ ଉଲେମା-ଏ-ହିନ୍ଦ, ନାଗରିକତା ସଂଶୋଧନ ଆଇନ ସମ୍ବିଧାନର ମୂଳଦୁଆ ସହ ନାଗରିକଙ୍କ ମୌଳିକ ଅଧିକାରକୁ ମଧ୍ୟ ଉଲଂଘନ କରୁଛି ।

ଭାରତର ପଡୋଶୀ ଦେଶରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ, ବୌଦ୍ଧ, ପାର୍ସୀ, ଇସାଇ, ସିଖ୍, ଜୈନକୁ ନାଗରିକତା ଦିଆଯିବ ମାତ୍ର ଏଥିରେ ଜାଣିଶୁଣି ମୁସଲମାନଙ୍କୁ ସାମିଲ କରାଯାଇ ନାହିଁ । ଏପରି ଭେଦଭାବ ସମ୍ବିଧାନ ଅନୁମତି ଦେଇନାହିଁ । ସୁପ୍ରିମକୋର୍ଟ ତୁରନ୍ତ ଏହି ଆଇନ ଉପରେ ରୋକ ଲଗାଉ ବୋଲି ଜମିୟତ ଉଲେମା-ଏ-ହିନ୍ଦ କହିଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.