ETV Bharat / bharat

ଶ୍ରମିକ-କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ଦିଲ୍ଲୀ ସରକାର - ଦିଲ୍ଲୀ ସରକାର ବଢାଇଲେ ସର୍ବନିମ୍ନ ମଜୁରୀ

ଦିଲ୍ଲୀର ଶ୍ରମିକ ଓ କର୍ମଚାରୀଙ୍କୁ ଖୁସି କଲା ଭଳି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଘୋଷଣା ପରେ ଦିଲ୍ଲୀର 50 ଲକ୍ଷ କର୍ମଚାରୀ ସିଧାସଳଖ ଭାବେ ଉପକୃତ ହେବେ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 28, 2019, 8:37 PM IST

ନୂଆଦିଲ୍ଲୀ: ଦୀପାବଳି ପର ଦିନ ଦିଲ୍ଲୀ ସରକରାଙ୍କର ବଡ ଘୋଷଣା । ଦିଲ୍ଲୀର ଶ୍ରମିକ ଓ କର୍ମଚାରୀଙ୍କୁ ଖୁସି କଲା ଭଳି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇବା ନେଇ ନିଷ୍ପତ୍ତି ନେଇଛନ୍ତି ଆପ୍‌ ସରକାର । ଏହି ଘୋଷଣା ପରେ ଦିଲ୍ଲୀର 50 ଲକ୍ଷ କର୍ମଚାରୀ ସିଧାସଳଖ ଭାବରେ ଉପକୃତ ହେବେ । ଗରିବଙ୍କୁ ସହାଯ୍ୟ କରିବା ପାଇଁ ସରକାର ଏ ପଦକ୍ଷେପ ନେଇଥିବା କହିଛନ୍ତି ସେ ।

ସୋମବାର ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି ଦିଲ୍ଲୀ ସରକାର। ଏହା ଅନୁସାରେ ଏଣିକି ଦିଲ୍ଲୀରେ ଅଣକୁଶଳୀ ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରୀ 8632ରୁ ବୃଦ୍ଧି କରି 14842 କରାଯାଇଛି। ସେହିଭଳି ଗ୍ରାଜୁଏଟ୍‌ କିମ୍ବା ଏହାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଧାରୀଙ୍କ ସର୍ବନିମ୍ନ ମଜୁରୀ ପ୍ରତିମାସ 19572 କରାଯାଇଛି। ଏହାସହ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରୁଥିବା ତାଲିକାରେ ଶୀର୍ଷରେ ରହିଛି ଦିଲ୍ଲୀ।

increased minimum wages notified by Delhi govt
ଫଟୋ ସୌଜନ୍ୟ: ଏଏନଆଇ

ଏହି ଘୋଷଣା କରି ଅରବିନ୍ଦ କେଜ୍ରିୱାଲ ଗରିବ ଶ୍ରେଣୀର ଲୋକଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି କହିଛନ୍ତି । ଗରିବଙ୍କ ପକେଟ୍‌ରେ ପଇସା ରହିଲେ ସେମାନେ ନିତ୍ୟବ୍ୟବହୃତ ସାମଗ୍ରୀ କିଣିପାରିବେ । ଏହାଫଳରେ ଡିମାଣ୍ଡ ବଢିବ, ଉତ୍ପାଦନ ବଢିବ ଓ ଲୋକଙ୍କୁ ରୋଜଗାର ମିଳିବ ବୋଲି ସେ କହିଛନ୍ତି ।

ଦିଲ୍ଲୀରେ ଅଣକୁଶଳୀ ଶ୍ରମିକ/ କର୍ମଚାରୀଙ୍କୁ ଦୈନିକ 571 ଟଙ୍କା ହିସାବରେ ମାସିକ 14842 ଟଙ୍କା ମଜୁରୀ ପ୍ରଦାନ କରାଯିବ । ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ଦୈନିକ 629 ହିସାବରେ ମାସିକ 19341 ଟଙ୍କା ପ୍ରଦାନ କରାଯିବ । କୁଶଳୀ ଶ୍ରମିକଙ୍କୁ ଦୈନିକ 692 ହିସାବରେ ମାସିକ 17991 ଟଙ୍କା ପ୍ରଦାନ କରାଯିବ।

ଫଟୋ ସୌଜନ୍ୟ: ଟ୍ବିଟର@Arvindkejriwal

ମାଟ୍ରିକ ଫେଲ୍‌ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଦୈନିକ 629 ହିସାବରେ ମାସିକ ୧୬,୩୪୧ ଟଙ୍କା, ମାଟ୍ରିକ ପାସ୍‌ କିନ୍ତୁ ବି.ଏ.ରୁ କମ୍‌ ପଢ଼ିଥିଲେ ଦୈନିକ 692 ହିସାବରେ ମାସିକ ୧୭ ହଜାର ୯୯୧ ଟଙ୍କା ଦରମା ମିଳିବ । ବି.ଏ. ପାସ୍‌ ଓ ଏହାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ପ୍ରାପ୍ତ କର୍ମଚାରୀଙ୍କୁ ଦୈନିକ 753 ହିସାବରେ ମାସିକ ୧୯ ହଜାର ୫୭୨ ଟଙ୍କା ମଜୁରୀ ମିଳିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.