ନୂଆଦିଲ୍ଲୀ: ଗତ ମାର୍ଚ୍ଚ 26 ରୁ ମାର୍ଚ୍ଚ 29 ମଧ୍ୟରେ ସରକାର ଦେଶର ବିଭିନ୍ନ ସ୍ଥାନକୁ କୋଭିଡ -19 ଚିକିତ୍ସା ସାମଗ୍ରୀ ପଠାଇବା ପାଇଁ 55 ଟି କାର୍ଗୋ ବିମାନ ଚଳାଚଳ କରିଛନ୍ତି । ଏହି ସାମଗ୍ରୀ ମଧ୍ୟରେ କୋଭିଡ୍ -19 ସମ୍ବନ୍ଧୀୟ ଏନଜାଇମ୍, ଡାକ୍ତରୀ ଉପକରଣ, ପରୀକ୍ଷଣ କିଟ୍ ଏବଂ ପିପିଏ (ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ), ମାସ୍କ, ଗ୍ଲୋଭସ ସାମିଲ ଅଛି। ଏନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର କହିବା ଅନୁସାରେ “26ରୁ29 ମାର୍ଚ୍ଚ 2020 ରୁ ସମୁଦାୟ କାର୍ଗୋ 10 ଟନର ମେଡିକାଲ ଉପକରଣ ପରିବହନ କରିଛି। ଏଥିରେ ଏଚଏଲଏଲର ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଏବଂ ରାଜ୍ୟ ଓ କେନ୍ଦ୍ର ଅଞ୍ଚଳ ଦ୍ବାରା ଆବଶ୍ୟକ କାର୍ଗୋକୁ ଆଚ୍ଛାଦନ କରିଥିଲା। ”
ମନ୍ତ୍ରଣାଳୟ ଏକ ଉତ୍ସର୍ଗୀକୃତ ମେଡିକାଲ ଏୟାର କାର୍ଗୋ ସମ୍ବନ୍ଧୀୟ ୱେବସାଇଟ୍ (www.civilaviation.gov.in) ଲଞ୍ଚ କରିଛି। ଯାହା 1 ଏପ୍ରିଲ ,2020 ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।