ETV Bharat / bharat

ହାଥରସ କାଣ୍ଡ: ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ 510 ଆଇନ ଛାତ୍ର - ମୁଖ୍ୟବିଚାରପତିଙ୍କୁ ଚିଠି ଲେଖିଲେ 510 ଆଇନ ଛାତ୍ର

ହାଥରସ ଗଣଦୁଷ୍କର୍ମ ମାମଲା ପରେ 510 ଜଣ ଆଇନ ଛାତ୍ର ଭାରତର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ମାମଲାରେ ହସ୍ତକ୍ଷେପ ଲୋଡିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭାରତର ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କୁ ଚିଠି ଲେଖିଛନ୍ତି।

ହାଥରସ କାଣ୍ଡ
ହାଥରସ କାଣ୍ଡ
author img

By

Published : Oct 7, 2020, 6:51 PM IST

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ମାମଲା ପରେ 510 ଜଣ ଆଇନ ଛାତ୍ର ଭାରତର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ମାମଲାରେ ହସ୍ତକ୍ଷେପ ଲୋଡିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭାରତର ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କୁ ଚିଠି ଲେଖିଛନ୍ତି। ଏଥିସହ କୋର୍ଟ ଏକ ପ୍ରୋଟୋକଲ୍ ପ୍ରସ୍ତୁତ କରିବା ଉଚିତ, ଯାହା ଡାକ୍ତରଖାନା ଏବଂ ପୋଲିସ୍ ଅନୁସରଣ କରିବା ଉଚିତ୍ ବୋଲି ଏଠାରେ କୁହାଯାଇଛି ।

ଚିଠି ମାଧ୍ୟମରେ ଏହା ମଧ୍ୟ ଅନୁରୋଧ କରାଯାଇଛି ଯେ ଉତ୍ତରପ୍ରଦେଶ ପୋଲିସ, ହାଥରସ ପୋଲିସ ଏବଂ ହାଥରସ ଜିଲ୍ଲା ପ୍ରଶାସନର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ କୁହାଯାଇଛି । ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଥିବା ନୀତି ଦିଗରେ 2013 ରେ ‘ଦିୟା’ ଦ୍ବାରା ସ୍ଥାପିତ ନିର୍ଭୟା ପାଣ୍ଠିରେ ଥିବା ଅବ୍ୟବହୃତ ରାଶି ବ୍ୟବହାର କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆଇନ ଛାତ୍ରମାନେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ।

ହାଥରସ ମାମଲା ସମ୍ପର୍କରେ ଅନେକ ଯାଚିକା ଦାଖଲ ହୋଇସାରିଛି। ସୁପ୍ରିମକୋର୍ଟରେ ସୁଷମା ମୌର୍ଯ୍ୟାଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ପିଟିସନରେ ଦୋଷୀ ପୋଲିସ ଏବଂ ଡାକ୍ତରୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ନିଲମ୍ବନ ଦାବି କରାଯାଇଛି। ଏହି ମାମଲାରେ ସାକେତ୍ ଗୋଖଲେ ମଧ୍ୟ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ ପୀଡିତାଙ୍କ ପରିବାରର ନାର୍କୋ ପରୀକ୍ଷା ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.