ଥିରୁଅନନ୍ତପୁରମ: ଲକଡାଉନ ସମୟରେ ମାଲାୟଲୀ ମାନଙ୍କ ଖାଦ୍ୟ ଟେବୁଲରେ ପଣସ ଏକ ପ୍ରମୁଖ ଖାଦ୍ୟ । ସେଥିରେ ସେମାନେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରି ଖାଇଥାନ୍ତି । ତେବେ ଏତିକିବେଳେ କେରଳର କୋଲାମରେ ଇଡାମୁଲକାଲ ଗାଁର ଏକ ପରିବାର ସେମାନଙ୍କ ବାଡି ବଗିଚାରେ 50 କିଲିଗ୍ରାମ ଓଜନ ବିଶିଷ୍ଟ ପଣସ ଫସଲ କରିଛନ୍ତି । ଯାହା ଦେଖି ସେମାନେ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏନେଇ ଗିନିଜ ବୁକରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି ।
ଏଠାରେ ସୂଚନା ଥାଉ ଯେ ପୂର୍ବରୁ ବିଶ୍ବରେ 42.7 କିଲୋଗ୍ରାମର ପଣସ ରହିଛି । ହେଲେ ଏହି ପଣସର ଓଜନ 42.7 କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ 97 ସେଣ୍ଟିମିଟର ରହିଛି । ତେଣୁ ଗିନିଜ ୱାଲ୍ଡ ରେକର୍ଡ ଏବଂ ଲିମକା ବୁକ୍ ଅଫ୍ ରେକର୍ଡ ପାଇଁ ଆବେଦନ କରିଛି ବୋଲି କହିଛନ୍ତି ଜନକୁଟ୍ଟି । ତେବେ ମାନବ ସମାଜର ସର୍ବୋଚ୍ଚ ଉପଲବ୍ଧି ଏବଂ ପ୍ରାକୃତିକ ଜଗତର ରେକର୍ଡ ଆଦି ଗିନିଜ ବୁକରେ ସ୍ଥାନ ପାଇଥାଏ ।