ETV Bharat / bharat

ଦେଶରେ 24 ଘଣ୍ଟାରେ 508 କୋରୋନା ପଜିଟିଭ, 13 ଛୁଇଁଲା ମୃତ୍ୟୁ ରେକର୍ଡ - CORONA VIRUS OUTBREAK

ଗତ 24 ଘଣ୍ଟାରେ ଦେଶରେ କୋରୋନାରେ 13ଟି ମୃତ୍ୟୁ ସହ 508ଟି ପଜିଟିଭ ମାମଲା ରିପୋର୍ଟ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 4,789କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

508 more COVID19 positive cases & 13 deaths reported in the last 24 hours. India's positive cases rise to 4,789
ଦେଶରେ 24 ଘଣ୍ଟାରେ 508 କୋରୋନା ପଜିଟିଭ, 13 ମୃ୍ତ୍ୟୁ ରେକର୍ଡ
author img

By

Published : Apr 7, 2020, 8:43 PM IST

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ଦେଶରେ କୋରୋନାରେ 13ଟି ମୃ୍ତ୍ୟୁ ସହ 508ଟି ପଜିଟିଭ ମାମଲା ରିପୋର୍ଟ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 4,789କୁ ବୃଦ୍ଧି ପାଇଛି । ସେହିପରି 4312 ଜଣ କୋରୋନା ପଜିଟିଭ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 124 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ 353 ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ 868 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 621, ଦିଲ୍ଲୀରେ 576, କେରଳରେ 327, ତେଲେଙ୍ଗାନା 364, ଉତ୍ତରପ୍ରଦେଶରେ 305, ରାଜସ୍ଥାନରେ 288 ଓ ଆନ୍ଧ୍ରପ୍ରଦେଶରେ 266 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 48 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ ଓ ମଧ୍ୟପ୍ରଦେଶରେ 13, ଦିଲ୍ଲୀରେ ଓ ତେଲେଙ୍ଗାନାରେ 7, ତାମିଲନାଡୁରେ 5, କର୍ଣ୍ଣାଟକରେ 4, ଆନ୍ଧ୍ରପ୍ରଦେଶରେ 3 ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.