ETV Bharat / bharat

ଦେଶରେ ପୁଣି ଉପରମୁହାଁ କୋରୋନା ଗ୍ରାଫ, 24 ଘଣ୍ଟାରେ 50,209 ପଜିଟିଭ ଚିହ୍ନଟ

author img

By

Published : Nov 5, 2020, 10:24 AM IST

Updated : Nov 5, 2020, 10:36 AM IST

ଭାରତରେ ଥମୁନି କୋରୋନା ସଂକ୍ରମଣ । 83 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା। ଗଲାଣି 1 ଲକ୍ଷ 24 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ। ଅଧିକ ପଢନ୍ତୁ...

ଦେଶରେ ଗୋଟିଏ ଦିନରେ 50,209 କୋରୋନା ପଜିଟିଭ ରିପୋର୍ଟ, 704 ମୃତ

ନୂଆଦିଲ୍ଲୀ: ଦେଶରେ 7 ମାସରୁ ଅଧିକ ହେବ ମହାମାରୀ କୋରୋନା ତାର କାୟା ବିସ୍ତାର କରିଥିବାବେଳେ, ଏବେ ସୁଦ୍ଧା ଏଥିରେ କୌଣସି ପରିବର୍ତ୍ତନ ପରିଲିକ୍ଷିତ ହୋଇନାହିଁ । ଗତ କିଛି ଦିନ ଧରି ମାମଲା ହ୍ରାସ ପାଉଥିବା ବେଳେ ପୁଣି ବଢିଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 50 ହଜାର 209ଟି କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଏଥିରେ 704 ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଅପଡେଟ ରିପୋର୍ଟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ 83 ଲକ୍ଷ 64 ହଜାର 86ରେ ପହଞ୍ଚିଛି ସଂକ୍ରମଣ ମାମଲା । ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 24 ହଜାର 315 ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 77 ଲକ୍ଷ 11 ହଜାର 809 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 5 ଲକ୍ଷ 27 ହଜାର 962 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Last Updated : Nov 5, 2020, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.