ETV Bharat / bharat

ମଥୁରା ଜେଲରେ 24 କଏଦୀ କୋରୋନା ପଜିଟିଭ, କ୍ୱାରେନଣ୍ଟାଇନରେ 500 ଅନ୍ତେବାସୀ

author img

By

Published : Aug 23, 2020, 2:55 PM IST

ଉତ୍ତରପ୍ରଦେଶର ମଥୁରା ରେ ଥିବା ଜେଲ୍‌ ରେ 24ରୁ ଅଧିକ କଏଦୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ 500 ଅନ୍ତେବାସୀଙ୍କୁ କ୍ୱାରେନଣ୍ଟିନରେ ରଖା ଯାଇଛି ।

ମଥୁରା ଜେଲ୍‌ ରେ 24 କଏଦୀ କୋରୋନା ପଜିଟିଭ ଚିହ୍ନଟ, କ୍ୱାରେନଣ୍ଟାଇନରେ ଗଲେ 500 ଅନ୍ତେବାସୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରା ଜେଲ୍‌ ରେ 24ରୁ ଅଧିକ କଏଦୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ 500 ଅନ୍ତେବାସୀଙ୍କୁ କ୍ୱାରେନଣ୍ଟିନରେ ରଖା ଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଡେପୁଟି ଜେଲର ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଜେଲକୁ ଜିଲ୍ଲା ପ୍ରଶାସନ ଦ୍ୱାରା ପରିମଳ କରାଯାଉଛି ।

ମଥୁରା ଜିଲ୍ଲା ଜେଲର ବରିଷ୍ଠ ଅଧୀକ୍ଷକ ଶୈଳେନ୍ଦ୍ର ମୈତ୍ରେୟ କହିଛନ୍ତି ଯେ ଯଦିଓ ଆମେ ଜେଲରେ ସମସ୍ତଙ୍କ ଯତ୍ନ ନେଉଛୁ, ତଥାପି କିଛି କର୍ମଚାରୀ ବାହାରୁ ଆସୁଛନ୍ତି ଏବଂ ଜେଲରେ ଦିଆଯାଉଥିବା ଖାଦ୍ୟ ପଦାର୍ଥ ସଂକ୍ରମଣର କାରଣ ହୋଇପାରେ । କୋଭିଡ ପଜିଟିଭ ହୋଇଥିବା ସତ୍ତ୍ୱେ ଯେଉଁମାନଙ୍କ ନିକଟରେ କୋରୋନାର ଲକ୍ଷଣ ନାହିଁ ସେହି ରୋଗୀଙ୍କୁ ରଖିବା ପାଇଁ ଦୁଇଟି ପୃଥକ ବ୍ୟାରେଜ୍ ଗଠନ କରାଯାଇଛି ବୋଲି ସେ କହିଛନ୍ତି ।

ଜିଲ୍ଲା କାରାଗାରରେ ପୂର୍ବରୁ ଭରପୂର ଭିଡ ଥିବା ବେଳେ ଏବେ 1,516 ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରେ 96 ଜଣ ମହିଳା ଅନ୍ତେବାସୀ ମଧ୍ୟ ଅଛନ୍ତି । ଗତ ମାସରେ 128 ଜଣ ଅନ୍ତେବାସୀ ଜାନସୀ ଜେଲରେ ଏବଂ 228 ଜଣ ବାଲିଆ ଜେଲରେ ପଜିଟିଭ୍ ପରୀକ୍ଷା କରିଥିଲେ।

ଏବେ ପର୍ଯ୍ୟନ୍ତ ମଥୁରାରେ ମୋଟ 1831 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 43 ଜଣଙ୍କର ଜୀବନ ଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧା କେବଳ 564 ପଜିଟିଭ୍‌ ମାମଲା ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.