ଭୋପାଳ: ପୁଣି ଲଜ୍ୟା । ଏକ 6 ବର୍ଷୀୟ ଆଦିବାସୀ ନାବାଳିକା ସହ 50 ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ଘଟିଛି ମଧ୍ୟପ୍ରଦେଶ ଉମାରିଆ ଜିଲ୍ଲାର ନଔରୋଜବାଦରେ ।
ସୂଚନା ଅନୁଯାୟୀ, ଗତ 22 ଜୁନରେ ଆଦିବାସୀ ନାବାଳିକା ଜଣଙ୍କ ନୁରୋଜବାଦ ଅଞ୍ଚଳରେ ଥିବା କୌଠତିୟା ଗ୍ରାମରେ ଥିବା ନିଜ ଘର ପାଖରେ ଖେଳୁଥିବାବେଳେ ବ୍ୟକ୍ତି ଜଣଙ୍କ ଆସି ନାବାଳିକା ସହ ଦୁଷ୍କର୍ମ କରିଥିଲେ ।
ଏହି ଘଟଣା ସେତେବେଳେ ଜଣାପଡିଥିଲା, ଯେତେବେଳେ ଗତ 24 ଜୁନରେ ନାବାଳିକାଙ୍କ ବାପା ମାଆ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ନାବାଳିକାଙ୍କ ଗୁପ୍ତାଙ୍ଗକୁ ଏକ କାଚରେ ଆଘାତ କରାଯାଇଛି ବୋଲି ଡାକ୍ତର ନାବାଳିକାଙ୍କ ମାତାପିତାଙ୍କୁ କହିଥିଲେ ।
ତେବେ ଏହି ଘଟଣା ପରେ ନାବାଳିକାଙ୍କ ମାଆ ଥାନାରେ ଅଭିଯୋଗ ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।